ଓଡିଶା

odisha

ETV Bharat / state

ବିରଳ ପ୍ରଜାତିର ମାଛ ଉଦ୍ଧାର - ବିରଳ ପ୍ରଜାତିର ମାଛ ଉଦ୍ଧାର

ମହାନଦୀର ଗଭୀର ଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ବିରଳ ପ୍ରଜାତିର ମାଛ ଉଦ୍ଧାର
ବିରଳ ପ୍ରଜାତିର ମାଛ ଉଦ୍ଧାର

By

Published : Oct 31, 2020, 4:42 PM IST

ସୁବର୍ଣ୍ଣପୁର: ବିରଳ ପ୍ରଜାତିର ମାଛ ଉଦ୍ଧାର । ମହାନଦୀର ଗଭୀର ଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି ।

ପ୍ରତିଦିନ ପରି ଦେଶୀ ଡଙ୍ଗାରେ ଚାରିଜଣ ମତ୍ସ୍ୟଜୀବୀ ତେନ୍ତୁଲିଘାଟରୁ ଲଙ୍କେଶ୍ବରୀ ହ୍ରଦକୁ ମାଛ ମାରିବାକୁ ଯାଇଥିଲେ । ସେହି ସମୟରେ ଏହି ମାଛଟି ଜାଲରେ ପଡିଥିଲା ।

ବିରଳ ପ୍ରଜାତିର ମାଛ ଉଦ୍ଧାର

ମତ୍ସ୍ୟଜୀବୀ ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା ଟଣାଜାଲ ପକାଇ ମାଛ ଧରୁଥିବାବେଳେ ଏହି ମାଛଟି ଆକସ୍ମିକ ଭାବେ ଜାଲରେ ପଡିଥିଲା ।

ତେବେ ଏ ପ୍ରକାର ମାଛ ସେମାନେ ଆଗରୁ ଦେଖି ନ ଥିବାରୁ ଆଶ୍ଚର୍ଯ୍ୟ ହୋଇ ବୟସ୍କମାନଙ୍କୁ ମାଛ ଚିହ୍ନାଇବାକୁ ଆଣିଥିଲେ । କିନ୍ତୁ ବୟସ୍କ ଲୋକମାନେ ବି ଏପରି ମାଛ କେବେ ଦେଖି ନଥିବା କହିଛନ୍ତି । ମାଛର ଦେହରେ ଝୋଟି ଚିତା ପରି ଚିତ୍ରିତ ରହିଥିବା ବେଳେ ମାଛ ଦେହରେ ଦନ୍ତୁରିତ କଣ୍ଟା ରହିଛି ।

କେହି କେହି ମାଛଟି କଣ୍ଟା ବୁଦିଆ ପ୍ରଜାତିର ଏକ ସାମୁଦ୍ରିକ ମାଛ ବୋଲି ଅନୁମାନ କରିଥିବାବେଳେ ଏହି ବିରଳ ମାଛଟି ସାତ କୋଶିଆ ଗଣ୍ଡରୁ ଉପରକୁ ଉଠି ଆସିଥିବାର କହିଛନ୍ତି ।

ମାଛଟିକୁ ଦେଖିବାକୁ ଘାଟରେ ପଡାର କିଛି ଲୋକ ଏକାଠି ହୋଇଥିଲେ। ମତ୍ସ୍ୟଜୀବୀମାନେ ପୁଣି ମାଛଟିକୁ ଲଙ୍କେଶ୍ବରୀ ହ୍ରଦରେ ଛାଡି ଦେଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details