ସୋନପୁର:ଚାଷୀଙ୍କ ଦାବି ଜଣାଇଲା ଭାରତୀୟ କିଶାନ ସଂଘ । ଜିଲ୍ଲାର ସମସ୍ତ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଆଗରେ ଦାବି ଉପସ୍ଥାପନା କଲା ଭାରତୀୟ କିଶାନ ସଂଘ । ଚାଷ ଜମିରେ ଜଳ ସେଚନ, ମଣ୍ଡିରେ ଚାଷୀଙ୍କ ଉତ୍ପାଦିତ ଧାନ ଶୀଘ୍ର କ୍ରୟ କରିବା ଓ ଧାନ ଉଠାଇବାକୁ ନେଇ ଦାବି କରିଥିଲା ସଂଘ । ଚାଷୀମାନେ କ୍ରୟ ମଣ୍ଡିକୁ ଧାନ ବିକ୍ରୀ କରିବାକୁ ନେଇ ହଇରାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ସେହିପରି ଧାନ ମଣ୍ଡିରେ ପହଞ୍ଚିବା ପରେ ଧାନ କ୍ରୟ ନ ହେବା ପର୍ଯ୍ୟନ୍ତ ଚାଷୀକୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ପ୍ରତିବାଦ କରିବା ସହିତ ଧାନ ଚାଷରେ ଚାଷୀ ଖର୍ଚ୍ଚ କରୁଥିବା ମୂଲ୍ୟର 30 ରୁ 35 ପ୍ରତିଶତ ଅଧିକ ମୂଲ୍ୟରେ ଧାନ କ୍ରୟ କରିବା ପାଇଁ ଦାବି କରାଯାଇଥିଲା । ଚାଷୀ ଉପକରଣ ଉପରେ ଜିଏସଟି ଛାଡ କରିବା ସହିତ ରାଜ୍ୟର ଆଖୁ ଓ କପା ମିଲ ପୁନଃରୁଦ୍ଧାର କରି ଚାଷୀମାନଙ୍କ ପାଖରୁ ସିଧାସଳଖ ଆଖୁ ଓ କପା ସରକାରୀ ଧାର୍ଯ୍ୟ ଦରରେ କିଣିବା ପାଇଁ ଦାବି କରାଯାଇଛି ।