ଓଡିଶା

odisha

ETV Bharat / state

ସରକାରୀ ବିଦ୍ୟାଳୟରେ ମନଲୋଭା ପରିବେଶ, ସଭିଁଙ୍କୁ କରୁଛି ଆକୃଷ୍ଟ

ଏମିତି ଏକ ବିଦ୍ୟାଳୟ ଯାହା ବେସରକାରୀ ବିଦ୍ୟାଳୟର ଭ୍ରମ ସୃଷ୍ଟି କରିବ । ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଥିବା ଅଭିଭାବକମାନଙ୍କୁ ନିଶ୍ଚିତ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବ । ଭଳି ଏକ ବିଦ୍ୟାଳୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ, ଧର୍ମଶାଳା କ୍ଲଷ୍ଟରର ଲେହେଡି ପ୍ରାଥମିକ ବିଦ୍ୟାଳୟ। ଅଧିକ ପଢନ୍ତୁ...

ସରକାରୀ ବିଦ୍ୟାଳୟର ସୁନ୍ଦର ପରିବେଶ
ସରକାରୀ ବିଦ୍ୟାଳୟର ସୁନ୍ଦର ପରିବେଶ

By

Published : Mar 20, 2021, 11:06 AM IST

ସୁବର୍ଣ୍ଣପୁର: ଏମିତି ଏକ ବିଦ୍ୟାଳୟ ଯାହା ବେସରକାରୀ ବିଦ୍ୟାଳୟର ଭ୍ରମ ସୃଷ୍ଟି କରିବ । ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଥିବା ଅଭିଭାବକମାନଙ୍କୁ ନିଶ୍ଚିତ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବ । ଆଉ ସେମାନେ କହିବେ, ଆହାଃ କି ସୁନ୍ଦର । ବିଦ୍ୟାଳୟ ହେବ ତ ଏମିତି । ଏଭଳି ଏକ ବିଦ୍ୟାଳୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ, ଧର୍ମଶାଳା କ୍ଲଷ୍ଟରର ଲେହେଡି ପ୍ରାଥମିକ ବିଦ୍ୟାଳୟ। ଶିଶୁଙ୍କୁ ଆକର୍ଷଣ କରିବା ପାଇଁ ବିଦ୍ୟାଳୟର ଚାରି ପାଖ କାନ୍ଥ ପାଚେରୀରେ କରାଯାଇଛି ଭଳିକି ଭଳି ଚିତ୍ର । ଗପ କହିବା, ଚତୁର କାଉ, ଠେକୁଆ ଓ କଇଁଛ ଦୌଡ଼, ବଣ ଓ ବଣି ଭଳି ଅନେକ କିଛି ଦୃଶ୍ୟ ଅଙ୍କାଯାଇଛି। ପିଲାମାନେ ଘରୁ ମନ ଦୁଃଖରେ ଆସିଥିଲେ କାର୍ଟୁନ ଦେଖି ଦୁଃଖ ପାସୋରି ଦେବେ ଓ ଖୁସି ମନରେ ଶିକ୍ଷା ଗ୍ରହଣ କରିବା ଆଶା ରଖି ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ରଥ ଏହି ସୁନ୍ଦର ସ୍କୁଲ ପରିସର ତିଆରି କରିଛନ୍ତି।

ସରକାରୀ ବିଦ୍ୟାଳୟର ସୁନ୍ଦର ପରିବେଶ
ସରକାରୀ ବିଦ୍ୟାଳୟର ସୁନ୍ଦର ପରିବେଶ

ଖାଲି ସେତିକି ନୁହେଁ ପିଲା ମାନଙ୍କୁ ସାମାଜିକ ସଚେତନ ବାର୍ତ୍ତା ଦେବାପାଇଁ ରକ୍ତଦାନ, ବିଜୁଳି ସଂଚୟ, ବୃକ୍ଷ ରୋପଣ, ଶୌଚାଳୟର ବ୍ୟବହାର, ପ୍ରତିଦିନ ସ୍କୁଲକୁ ଯିବା ଇତ୍ୟାଦି ଅନେକ କିଛି ଚିତ୍ର ବିଦ୍ୟାଳୟକୁ ଆକର୍ଷଣୀୟ କରିଛି । ସ୍କୁଲ ପରିସର ଭିତରେ ଭଳିକି ଭଳି ଫୁଲ ସାଙ୍ଗକୁ କିଚେନ ଗାଡେନ, ଯିଏବି ଦେଖିବ କ୍ଷଣିକ ପାଇଁ ଅଟକି ଯିବ ନିଶ୍ଚୟ । ଏସବୁ ସମ୍ଭବ ହୋଇଛି କେବଳ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ରଥ ଓ ସହକାରୀ ଶିକ୍ଷକ ଗୋପାଳ ମେହେରଙ୍କ ପାଇଁ।

ସରକାରୀ ବିଦ୍ୟାଳୟର ସୁନ୍ଦର ପରିବେଶ

କୋରୋନା ମହାମାରୀ ସମୟରେ ନିଜ ଜୀବନ ବାଜି ଲଗେଇ ଝାଳବୁହା ପରିଶ୍ରମ କରି ସ୍କୁଲର ନବୀକରଣ କରିଛନ୍ତି। ଅପେକ୍ଷା କରିଛନ୍ତି ସରକାରଙ୍କ କେବେ ନିର୍ଦ୍ଦେଶ ଆସିବ ଓ କୋମଳ ମତି ଶିଶୁମାନେ ସ୍କୁଲକୁ ପାଠ ପଢ଼ିବା ପାଇଁ ଆସିବେ। ଯଦି ସମସ୍ତ ସରକାରୀ ସ୍କୁଲ ଏଭଳି ହୁଅନ୍ତା ତାହେଲେ ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅଭିଭାବକ ଆଗ୍ରହ ପ୍ରକାଶ କରିବେ ନିଶ୍ଚୟ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details