ସୁବର୍ଣ୍ଣପୁର: ଜିଲ୍ଲାରେ ଲକଡାଉନ କୋହଳ ହୋଇଛି । ଜନଜୀବନ ସାମାନ୍ୟ ସ୍ୱାଭାବିକ ହୋଇଛି । ହେଲେ ଆଜି ଯାଏଁ ଜିଲ୍ଲାର ସମସ୍ତ ସେଲୁନ ଦୋକାନ ବନ୍ଦ ରହିଛି । ଫଳରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବାରିକ ସାମାଜ । ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଆଜି ଦାବି ଜଣାଇଛନ୍ତି ।
2 ମାସ ହେବ ବନ୍ଦ ପଡିଛି ସେଲୁନ, ଆର୍ଥିକ ଅନାଟନରେ ବାରିକ ସମାଜ - barber society
ଧୀରେ ଧୀରେ ସୁବର୍ଣ୍ଣପୁରରେ କଟକଣା କୋହଳ ହେବାରେ ଲାଗିଛି । ଦୀର୍ଘ 2 ମାସ ହେବ ବନ୍ଦ ରହିଛି ସେଲୁନ ଦୋକାନ । ଫଳରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବାରିକ ସାମାଜ ।
3 ମାସ ହେବ ବନ୍ଦ ପଡିଛି ସେଲୁନ, ଆର୍ଥିକ ଅନାଟନରେ ବାରିକ ସମାଜ
ଦୀର୍ଘ 2 ମାସ ପାଖାପାଖା ସେଲୁନ ଦୋକାନ ସବୁ ବନ୍ଦ ରହିଛି । ରୋଜଗାର ମଧ୍ୟ ବନ୍ଦ ହୋଇପଡିଛି । ଏପରି ସ୍ଥିତିରେ ବାଧ୍ୟ ବାରିକମାନେ ଘର ଘର ବୁଲି ବୁଲି ସେବା ଯୋଗାଉଛନ୍ତି । ଜିଲ୍ଲା ବାରିକ ସଙ୍ଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଦୋକାନ ଖୋଲିବା ପାଇଁ ଅନୁରୋଧ କରାଯିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ