ଓଡିଶା

odisha

ETV Bharat / state

150ତମ ଗାନ୍ଧୀ ଜୟନ୍ତୀ : ବାପୁଜୀ କ୍ଲବ ଥିଏଟରରେ ଗାନ୍ଧୀଙ୍କ ବାର୍ତ୍ତା - ସୁବର୍ଣ୍ଣପୁରରେ 150ତମ ଗାନ୍ଧୀ ଜୟନ୍ତୀ

150ତମ ଗାନ୍ଧୀ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ବାପୁଜୀ କ୍ଳବ ପକ୍ଷରୁ ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତୀ । ବାପୁଜୀ କ୍ଳବ ତରଫରୁ ପରିବେଷଣ ହୋଇଛି ନାଟକ ‘ଶୂନ୍ୟ ଆକାଶ ଅମର ଆଖି’।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 3, 2019, 5:48 AM IST

ସୁବର୍ଣ୍ଣପୁର: ସହରର ବାପୁଜୀ କ୍ଳବ ପକ୍ଷରୁ 50ତମ କ୍ଳବର ପ୍ରତିଷ୍ଠା ଦିବସ ତଥା 150ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାପୁଜୀ କ୍ଳବ ତରଫରୁ ପରିବେଷଣ ହୋଇଛି ନାଟକ ‘ଶୂନ୍ୟ ଆକାଶ ଅମର ଆଖି’। ଗାନ୍ଧୀଙ୍କ ଉପରେ ଆଧାରିତ ଏହି ନାଟକକୁ କ୍ଳବର ସଭ୍ୟମାନେ ପରିବେଷଣ କରି ଗାନ୍ଧୀଙ୍କର ଅନେକ ସାମାଜିକ ବାର୍ତ୍ତା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ରଜତ ଜୟନ୍ତୀ ଅବସରରେ କ୍ଳବ ତରଫରୁ ଗାନ୍ଧୀ ବାର୍ତ୍ତାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରତିଷ୍ଠା ପର୍ବରେ ବାପୁଜୀଙ୍କ ଉପରେ ଅନେକ କାର୍ଯ୍ୟକ୍ରମ କରିବା ପାଇଁ କ୍ଳବ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାପୁଜୀ କ୍ଳବର କଳାକାରମାନେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ଆଧାରିତ ନାଟକ ‘ଶୂନ୍ୟ ଆକାଶ ଅମର ଆଖି’ରେ ଚମତ୍କାର ଅଭିନୟ କରିଥିଲେ।


ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପରିବେଷିତ ଏହି ନାଟକ ଦେଖଣାହାରୀଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା । ନାଟକ ମାଧ୍ୟମରେ ଗାନ୍ଧୀଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ବାପୁଜୀ କ୍ଳବର ମୂଳ ଲକ୍ଷ୍ୟ ବୋଲି କ୍ଳବର ସଭାପତି ଶିବପ୍ରସାଦ ଗୁରୁ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details