ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଜରଙ୍ଗ ଦଳ ସଭାପତି ଜିତୁ ବଡ଼ମାଳିଙ୍କ ନେତୃତ୍ବରେ ଦଳର କାର୍ଯ୍ୟକର୍ତ୍ତା ଜିଲ୍ଲା ପ୍ରଶାସନ ପାଖରେ ସାମ୍ପ୍ରଦାୟିକ ହିଂସା ରୋକିବା ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଛନ୍ତି । ଦେଶର ବିଭିନ୍ନ ଯାଗାରେ ଏକ ନିର୍ଦ୍ଦିଷ୍ଟ ଧର୍ମୀୟ ଲୋକେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ଆଳ ଦେଖାଇ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଓ ସମାଜରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ରାଜରାସ୍ତାରେ ନିର୍ଦ୍ଧିଷ୍ଟ ଧର୍ମର ଲୋକେ ଅରାଜକତା କରୁଥିବା ଅଭିଯୋଗ ହେଉଛି ।
ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁରରେ ବଜରଙ୍ଗ ଦଳର ବିକ୍ଷୋଭ
ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଓ ସମାଜରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ରାଜରାସ୍ତାରେ ନିର୍ଦ୍ଧିଷ୍ଟ ଧର୍ମର ଲୋକେ ଅରାଜକତ କରୁଥିବା ଅଭିଯୋଗ ହେଉଛି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ
ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ
ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ
ତେବେ ବିଭିନ୍ନ ଧର୍ମର ଲୋକେ ଏକତ୍ର ବାସ କରୁଥିବା ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ଓ ଦଙ୍ଗା ସୃଷ୍ଟିକାରୀ ଅସାମାଜିକ ତତ୍ବଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ରଖିଛନ୍ତି । ଯଦି ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହେବେ ତେବେ ବଜରଙ୍ଗ ଦଳ ପକ୍ଷରୁ ପୁର୍ନବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପୂରଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର