ସୁବର୍ଣ୍ଣପୁର: ଆଜି ପବିତ୍ର ବୈଶାଖ ପୂର୍ଣ୍ଣମୀ। ଏହି ଅବସରରେ ମାନବବାଦୀ କବି ଭୀମଭୋଇଙ୍କ ଜୟନ୍ତୀ କବିଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଗାଁର ଶୂନ୍ୟ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସାରସ୍ବତ ସମାରୋହରେ ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦଗାତା,ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ବହୁ ଜ୍ଞାନୀଗୁଣି ବ୍ୟକ୍ତି ସାମିଲ ହୋଇଥିଲେ ।
ବିଶେଷକରି କବିଙ୍କ କାଳଜୟୀ ସର୍ଜନାର ଅନେକ ପାଣ୍ଡୁଲିପିର ପ୍ରକାଶନ ଆଜିର ଦିନରେ ଅଧିକ ଗୁରୁତ୍ବ ରଖେ ବୋଲି ଅତିଥି ମତ ପ୍ରକାଶ କରିଥିଲେ । ସମାଧିପୀଠ ଟ୍ରଷ୍ଟର ସଂପାଦକ ଛତ୍ରଧାରୀ ଅଗ୍ରୱାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବହୁ ମହିମାଧର୍ମୀ ବାବାମାତା, ଶ୍ରଦ୍ଧାଳୁ ଭକ୍ତ ଓ ସାହିତ୍ୟିକଙ୍କ ସହ ବୁଦ୍ଧିଜୀବି ଯୋଗ ଦେଇଥିଲେ ।