ଓଡିଶା

odisha

ETV Bharat / state

ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ବରୀ - maa sureswari temple

ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ । କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ବିରଳବେଶରେ ଦର୍ଶନ ସହ କୃପା ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ବରୀ
ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ବରୀ

By

Published : Oct 12, 2021, 4:18 PM IST

ସୁବର୍ଣ୍ଣପୁର: ଆଜି ଆଶ୍ବିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ମା’ ମହାଲକ୍ଷ୍ମୀ ବେଶ ଧାରଣ କରିବେ । ତେବେ ଦେବୀ ମା ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରୁଥିବାବେଳେ ପରବର୍ତ୍ତୀ ଦଶମୀ ତିଥି ଯାଏଁ ତାରା, ଷୋଡ଼ଶୀ, ଭୈରବୀ, ଭୁବନେଶ୍ବରୀ ,ମହାଲକ୍ଷ୍ମୀ ,ମହିଷାମର୍ଦ୍ଧିନୀ ,ରାଜରାଜେଶ୍ବରୀ ଆଦି ବେଶ ଧାରଣ କରି ଦର୍ଶନ ଦେବାର ପରମ୍ପରା ରହିଛି ।

ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ବରୀ

ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୂର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପରିଧାନ କରାଯାଉ ଥିବାବେଳେ ଆଜି କିନ୍ତୁ ଦେବୀ ମା’ ସୁନା ଓ ରୂପା ଆଭୂଷଣରେ ସଜ୍ଜିତ ହୋଇ ହଳଦିଆ ରଙ୍ଗର ପାଟ ବସ୍ତ୍ର ପରିଧାନ କରିଥାନ୍ତି । ମହାଳୟାରେ ସେବାୟତମାନେ ମା’ଙ୍କୁ ଗଙ୍ଗାଜଳ ,ଅଗୁର ,ଚନ୍ଦନ ,କର୍ପୁର ଆଦି ପ୍ରଲେପ କରି ଶ୍ବେତବସ୍ତ୍ର ପ୍ରଦାନ କରାଇଥାନ୍ତି । ସେହିପରି ଅନ୍ୟ ଦିନରେ ଦେବୀ ମା’ କଳା, ହଳଦିଆ, ହାଲକା ଫଗୁ ରଙ୍ଗ ତଥା ସବୁଜ ବସ୍ତ୍ର ପରିଧାନ କରିଥାନ୍ତି।

ତେବେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବାବେଳେ ଶ୍ରଦ୍ଧାଳୁମାନେ ଯାତ୍ରାରେ ସାମିଲ ହୋଇ ଦେବୀ ମା’ ସୁରେଶ୍ବରୀଙ୍କ କୃପା ଲାଭ ପାଇଁ ଏହି ଶାକ୍ତ ପୀଠକୁ ଧାଇଁ ଆସିଥାନ୍ତି । ଶୃଙ୍ଖଳିତ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details