ଓଡିଶା

odisha

By

Published : Apr 27, 2020, 3:26 PM IST

ETV Bharat / state

ମାସ୍କ ବାଣ୍ଟୁଛନ୍ତି ସୁବର୍ଣ୍ଣପୁର କଂଗ୍ରେସ କମିଟି ସଦସ୍ୟ

ମହାମାରୀ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା କଂଗ୍ରେସ କୋଭିଡ଼ କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ମାସ୍କ ବାଣ୍ଟୁଛନ୍ତି ସୁବର୍ଣ୍ଣପୁର କଂଗ୍ରେସ କମିଟି ସଦସ୍ୟ
ମାସ୍କ ବାଣ୍ଟୁଛନ୍ତି ସୁବର୍ଣ୍ଣପୁର କଂଗ୍ରେସ କମିଟି ସଦସ୍ୟ

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା କଂଗ୍ରେସ କୋଭିଡ଼ କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନଗର କଂଗ୍ରେସ ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ୱରେ ପ୍ରତିଟି ବ୍ଲକ କମିଟିର ସଭ୍ୟମାନେ ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ଗାଁରୁ ସହର ଯାଏଁ କଂଗ୍ରେସ କର୍ମୀମାନେ ଜନସାଧାରଣଙ୍କୁ ମାସ୍କ , ସାନିଟାଇଜର ଓ ଗ୍ଲୋବସ ପ୍ରଦାନ କରିବା ସହିତ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦେଉଛନ୍ତି ।

ମାସ୍କ ବାଣ୍ଟୁଛନ୍ତି ସୁବର୍ଣ୍ଣପୁର କଂଗ୍ରେସ କମିଟି ସଦସ୍ୟ

ଘରେ ରହି ନିଜକୁ ସୁରକ୍ଷା ଦେବା ସହିତ ଜରୁରୀ , କାର୍ଯ୍ୟରେ ବାହାରକୁ ବାହାରିଲେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବି ପରାମର୍ଶ ଦେଉଛନ୍ତି । ଆଜକୁ ପ୍ରାୟ 4000ରୁ ଅଧିକ ମାସ୍କ ବଣ୍ଟନ କରିଥିବା ସଭାପତି ସୁଧୀର ପଣ୍ଡା କହିଛନ୍ତି ।

ମାସ୍କ ବାଣ୍ଟୁଛନ୍ତି ସୁବର୍ଣ୍ଣପୁର କଂଗ୍ରେସ କମିଟି ସଦସ୍ୟ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details