ଓଡିଶା

odisha

ETV Bharat / state

ଗାଡି ଚାଳକଙ୍କ ପାଇଁ ନୁଆ ସୁଯୋଗ ଆଣିଛି ପରିବହନ ବିଭାଗ - ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ

ନୂଆଁ ଗାଡି ଚାଳକଙ୍କ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ( Regional Transport Office ) ଆଣିଛି ନୂଆଁ ସୁଯୋଗ। ଗାଡି ଚାଳନା ପରୀକ୍ଷା ଦେଇ ପ୍ରମାଣ ପତ୍ର ପାଇବାକୁ ଜିଲ୍ଲାର ସାହାଜପିଟା ଠାରେ ନବ ନିର୍ମିତ ସ୍ବୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଆଜି ଲୋକାର୍ପିତ ହୋଇ ଯାଇଛି। ଅଧିକ ପଢନ୍ତୁ

ପରିବହନ ବିଭାଗ
ପରିବହନ ବିଭାଗ

By

Published : Dec 20, 2021, 9:58 PM IST

ସୁବର୍ଣ୍ଣପୁର: ନୂଆଁ ଗାଡି ଚାଳକଙ୍କ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ( Regional Transport Office) ଆଣିଛି ନୂଆଁ ସୁଯୋଗ । ଗାଡି ଚାଳନା ପରୀକ୍ଷା ଦେଇ ପ୍ରମାଣ ପତ୍ର ପାଇବାକୁ ଜିଲ୍ଲାର ସାହାଜପିଟା ଠାରେ ନବ ନିର୍ମିତ ସ୍ବୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଆଜି ଲୋକାର୍ପିତ ହୋଇ ଯାଇଛି । ଏହାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଲୋକାର୍ପିତ କରିଛନ୍ତି ।

ଗାଡି ଚାଳକଙ୍କ ପାଇଁ ନୁଆଁ ସୁଯୋଗ ଆଣିଛି ପରିବହନ ବିଭାଗ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଅଧ୍ୟକ୍ଷତା କରିଥିବା ବେଳେ, ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଓ ଉପ ଆୟୁକ୍ତ ଦୀପ୍ତିରଂଜନ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଯାନବାହାନ ଚାଳକଙ୍କ ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପଟି ଉପଯୋଗ ହୋଇପାରିବ ବୋଲି ଏହି ଅବସରରେ ଅତିଥି ମାନେ କହିଛନ୍ତି । ପରୀକ୍ଷଣ କେନ୍ଦ୍ର ପରିସରରେ ଉଭୟ ଦ୍ବି ଚକିଆ ଓ ଚାରିଚକିଆ ଯାନବାହାନ ଚଳାଚଳର ପ୍ରଶିକ୍ଷଣ ଓ ପରୀକ୍ଷଣର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଏହି ଅବସରରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨୫ ଜଣ ନୂଆଁ ଚାଳକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details