ଓଡିଶା

odisha

ETV Bharat / state

ଏଟିଏମ ଲୁଟେରା ସବ୍ୟସାଚୀ ଗିରଫ - atm lootera arrsted

ସୁବର୍ଣ୍ଣପୁରର ଦୁଇଟି ଏଟିଏମରୁ ଟଙ୍କା ଲୁଟ କରିବା ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାକୁ ଧରିଲା ପୋଲିସ । ଖମ୍ବେଶ୍ୱରୀପାଲି ନିକଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ କରିବା ସହ ପିଏନବି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଏଟଏମ ଲୁଟେରା ସବ୍ୟସାଚୀ ଗିରଫ
ଏଟଏମ ଲୁଟେରା ସବ୍ୟସାଚୀ ଗିରଫ

By

Published : Sep 22, 2020, 7:52 AM IST

Updated : Sep 22, 2020, 11:10 AM IST

ସୁବର୍ଣ୍ଣପୁର: ପୋଲିସ ହାବୁଡରେ ଲୁଟେରା । ଏଟିଏମ ଲୁଟେରାକୁ ଧରିଲା ସୁବର୍ଣ୍ଣପୁର ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ଏକ ଟିମ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛନ୍ତି । ଗିରଫ ଲୁଟେରା ଜଣକ ଘଣ୍ଟପାଲି ଗାଁର ସବ୍ୟସାଚୀ ଭୋଇ ।

ଏଟିଏମ ଲୁଟେରା ସବ୍ୟସାଚୀ ଗିରଫ

ସୂଚନାଯୋଗ୍ୟ, ରବିବାର ରାତିରେ ସଦର ଥାନା ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ନିକଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ହୋଇଥିଲା । ଲୁଟ ବେଳେ ବ୍ୟାଙ୍କର ବୈଷୟିକ ଟିମ ସୂଚନା ପାଇଥିଲା । ଏନେଇ ପୋଲିସକୁ ସେମାନେ ଖବର ଦେଇଥିଲେ । ପରେ ଏକ ଟିମ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇ ଲୁଟେରାକୁ ଧରାଯାଇଛି ।

ଏନେଇ ଅଧିକ ତଦନ୍ତ କରାଯିବା ପରେ ଗତ କିଛି ଦିନ ତଳେ ସହରର ପିଏନବି ଏଟିଏମ ଲୁଟ ଘଟଣାରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସାମିଲ ଥିବା ସୁରାକ ମିଳିଥିଲା। ଏହି ମାମଲାରେ ତରଭା ଥାନା ଅନ୍ତର୍ଗତ ସବ୍ୟସାଚୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଲୁଟେରା ଠାରୁ ୨ଟି ବ୍ୟାଟେରୀ, ଗୋଟିଏ ୟୁପିଏସ, ଗୋଟିଏ ଷ୍ଟାବିଲାଇଜର ଓ ଗୋଟିଏ ମୋଟର ସାଇକେଲ ଅଭିଯୁକ୍ତ ପାଖରୁ ପୋଲିସ ଜବତ କରାଯାଇଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଲୁଟ ଘଟଣାର ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 22, 2020, 11:10 AM IST

ABOUT THE AUTHOR

...view details