ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁରେ ଜଳସେଚନ ପ୍ରକଳ୍ପ ଚୋରି ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଏହି ଗାଁର ଚାଷୀ ଶଙ୍କର ପାଣ୍ଡେଙ୍କ ମା’ଙ୍କ ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ବି ତାଙ୍କ ଜମିକୁ ପାଣି ମାଡୁ ନ ଥିବା ଅଭିଯୋଗ କରିଛନ୍ତି । ତାଙ୍କ ମା ଭଗବତୀ ପାଣ୍ଡେଙ୍କ ନାଁରେ ଚାଷ ଜମି ରହିଛି । ବିଦ୍ୟୁତ ବିଲ ଆସୁଛି । ହେଲେ ଶଙ୍କର ନିଜ ଜମିକୁ ଜଳସେଚନ କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ ,ଗାଁର ରାଜିନ୍ଦ୍ର ସାହା ନାମକ ବ୍ୟକ୍ତି ଶଙ୍କର ପାଣ୍ଡେଙ୍କ ମା’ ଭଗବତୀ ପାଣ୍ଡେଙ୍କ ଜାଲ କାଗଜ ପତ୍ର ତିଆରି କରି ଏକ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି । ହେଲେ ବିଦ୍ୟୁତ ବିଲ ଭଗବତୀ ପାଣ୍ଡେଙ୍କ ନାଁରେ ଆସିବା ପରେ ଶଙ୍କର ତାଙ୍କର ଏକ ଉଠା ଜଳସେଚନ ପ୍ରକଳ୍ପ ରହିଥିବା ଜାଣିବାକୁ ପାଇଥିଲେ ।