ଓଡିଶା

odisha

By

Published : Jul 4, 2020, 11:08 AM IST

ETV Bharat / state

ସୁବର୍ଣ୍ଣମେରୁ ମନ୍ଦିରରୁ ତିନି ବିଗ୍ରହଙ୍କ ରୂପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଗଡଜାତ ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିରରୁ ଚୋରି । ତିନି ବିଗ୍ରହଙ୍କ ରୂପା ଅଳଙ୍କାର, ପାଟ ଶାଢୀ, ଘଣ୍ଟଘଣ୍ଟି ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣମେରୁ ମନ୍ଦିରରୁ ତିନି ବିଗ୍ରହଙ୍କ ରୂପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତସୁବର୍ଣ୍ଣମେରୁ ମନ୍ଦିରରୁ ତିନି ବିଗ୍ରହଙ୍କ ରୂପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ସୁବର୍ଣ୍ଣମେରୁ ମନ୍ଦିରରୁ ତିନି ବିଗ୍ରହଙ୍କ ରୂପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ଜିଲ୍ଲା ସୋନପୁର ଗଡଜାତର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିରରୁ ଚୋରି । ସହରର ଉପକଣ୍ଠରେ ଥିବା ମନ୍ଦିର ଭିତରେ ପାର୍ଶ୍ବ ଦେବତା ଭାବେ ପୂଜା ପାଉଥିବା ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବିଗ୍ରହଙ୍କ ରୂପା ଅଳଙ୍କାର,ପାଟ ଶାଢୀ,ଘଣ୍ଟ ଓ ଘଣ୍ଟି ସବୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି । ମନ୍ଦିର ପୂଜକ ଆଜି ସକାଳୁ ଜଗନ୍ନାଥଙ୍କୁ ପୂଜା କରିବାକୁ ଯିବା ସମୟରେ ଏହି ସବୁ ଜିନିଷ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ସୁବର୍ଣ୍ଣମେରୁ ମନ୍ଦିରରୁ ତିନି ବିଗ୍ରହଙ୍କ ରୂପା ଅଳଙ୍କାର ଚୋରି ଅଭିଯୋଗ

ଏହା ପରେ ମନ୍ଦିର କମିଟି ଜରିଆରେ ସୋନପୁର ପୋଲିସକୁ ଖବର ଦିଆଯାଇଥିଲା । ସୋନପୁର ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି । ମନ୍ଦିରରୁ ବାରମ୍ବାର ଚୋରି ହେଉଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details