ଓଡିଶା

odisha

ETV Bharat / state

ଆଦିବାସୀଙ୍କ ଜମିକୁ ନେଇ ଘୋଟାଲା ଅଭିଯୋଗ - ମାଲିକଙ୍କ ଅଜଣାତରେ ଜମି ବିକ୍ରି

ନୀରିହ ଆଦୀବାସୀଙ୍କ ଜମିକୁ ଘୋଟାଲା ଅଭିଯୋଗ । ପ୍ରକୃତ ମାଲିକଙ୍କ ଅଜାଣତରେ ଧନୀ ଶ୍ରେଣୀର ଲୋକ ଓ ଦଲାଲାଙ୍କ ସହାୟତାରେ ଜମି ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଆଦିବାସୀଙ୍କ ଜମିକୁ ନେଇ ଘୋଟାଲା ଅଭିଯୋଗ
ଆଦିବାସୀଙ୍କ ଜମିକୁ ନେଇ ଘୋଟାଲା ଅଭିଯୋଗ

By

Published : Feb 3, 2021, 1:53 PM IST

ସୁବର୍ଣ୍ଣପୁର: ନୀରିହ ଆଦିବାସୀଙ୍କ ଜମିକୁ ନେଇ ହେରଫେର ଅଭିଯୋଗ । ଜିଲ୍ଲାର ବୀରମହାରାଜପୁର ତହସିଲର ଆଦିବାସୀଙ୍କ ଜମିକୁ ତାଙ୍କ ଅଜଣାତରେ ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ଆଦିବାସୀଙ୍କ ଜମିକୁ ନେଇ ଘୋଟାଲା ଅଭିଯୋଗ

ଉଫୁଲା ମୈାଜାର ସପ୍ତ ଭୋଇଙ୍କ ନାମରେ ଥିବା ପ୍ରାୟ ୮୨୫ ଡିସମିଲ ପରିମିତ ଜମିରୁ ତାଙ୍କ ଅଜାଣତରେ ଜଣେ ବ୍ୟକ୍ତି ଘୋଟାଲା କରିଥିବା ଘଟଣା ସାମ୍ନାକୁ ଆସିଛି। ବାକି ଥିବା 475ଡିସିମିଲକୁ ନେଇ ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଜମି ମାଲିକଙ୍କ ଅଜାଣତରେ ଗରିବ ଆଦିବାସିଙ୍କ ଜମି ବିକ୍ରୟ ପାଇଁ କିଭଳି ପ୍ରଶାସନିକ ଅନୁମତି ମିଳୁଛି ବୋଲି ଆଦିବାସୀ ସଂଘ ପ୍ରଶ୍ନ କରିଛି।

ସପ୍ତ ଭୋଇଙ୍କ ଅସହାୟତର ସୁଯୋଗ ନେଇ କିଛି ଧନିକ ସରକାରୀ କର୍ମଚାରି କେତେକ ଦଳାଲଙ୍କୁ ହାତ କରି ଆଦିବାସିଙ୍କ ଜମିକି ହଡପ କରୁଛନ୍ତି । ଜମି କ୍ରୟ ପାଇଁ ଅନୁମତି ମାଗିଥିବା ଅନୁମତିକୁ ଅନୁମୋଦନ ନ କରିବା ସହ ବେଆଇନ ଭାବେ କ୍ରୟ କରିଥିବା ଜମିର ପ୍ରକୃତ ତଦନ୍ତ କରି ଅନୁମତି ପ୍ରଦାନ କରିଥିବା ଅଧିକାରୀ, କର୍ମଚାରୀ ଓ ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ଆଦିବାସି ସଂଘ ଦାବି କରିଛି। ଏ ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଦିବାସୀ ସଂଘ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details