ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଆଜି ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ ଗରୀବ ହିତାଧିକାରୀ ମାନେ ଦୁର୍ନୀତିର ନିଆରା ପ୍ରତିବାଦ କରିଛନ୍ତି ।
ସ୍ଥାନୀୟ କଚେରୀ ଛକରୁ ଏକ ଘଣ୍ଟ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧନୀକ ଶ୍ରେଣୀର ପରିବାର ଲୋକେ ଏକରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ପାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହେଉଛି । ଏପରିକି ଟ୍ରାକ୍ଟର ଓ ବୋଲେରୋ ଗାଡି ମାଲିକ ମାନଙ୍କୁ ଏହି ଯୋଜନାରେ ଭଣ୍ଡାର ଗାଁରେ ଘର ଯୋଗାଇ ଦିଆଯାଉଥିବା ପ୍ରମାଣ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।