ସୁବର୍ଣ୍ଣପୁର: ଜିଲ୍ଲା ସଦର ଥାନା ଲକର୍ମା ଗାଁରେ ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ ହୋଇଛି। ଶ୍ବଶୁର ଘର ଲୋକେ ଝିଅକୁ ପୋଡି ମାରି ଦେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ମହିଳା ଜଣକ ହେଲେ ଜାନକୀ କର୍ଣ୍ଣ । ଜାନକୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପାଇକବାହଲ ଗାଁର ସୁରେନ୍ଦ୍ର ମାହାକୁରଙ୍କ ଝିଅ । ସେ ଲକର୍ମା ଗାଁର ନିରଞ୍ଜନ କର୍ଣ୍ଣକୁ ୨୦୧୬ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ ।
ଶ୍ବଶୁର ଘର ଲୋକେ ଝିଅ ପୋଡି ହୋଇଯାଇଛି ବୋଲି ବାପାଘରକୁ ଖବର ଦେଇଥିଲେ । ଜାନକୀ ବାପାଘର ଲୋକେ ଆସି ଦେଖିବା ପରେ ଝିଅ ପୋଡି ହୋଇ ତାର ମୃତ୍ୟୁ ହୋଇଛି । ମୃତକ ଜାନକୀର ବାପା ଝିଅକୁ ଶ୍ବଶୁର ଘର ଲୋକେ କିରାସିନି ଢାଳି ମାରି ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।