ଓଡିଶା

odisha

ETV Bharat / state

ପୁଣି ସୁବର୍ଣ୍ଣପୁରରେ ଶିଶୁ ବଦଳି ଅଭିଯୋଗ - ସୁବର୍ଣ୍ଣପୁରରେ ଶିଶୁ ବଦଳି ଅଭିଯୋଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବିବାଦ ପିଛା ଛାଡୁନାହିଁ । କେତେବେଳେ ଶିଶୁ ଚୋରି ତ କେତେବେଳେ ନବଜାତ ଶିଶୁ ବଦଳ ପରି ଅଭିଯୋଗ ହେଉଛି । ପ୍ରଥମେ ପୁତ୍ର ଜନ୍ମ ହୋଇଥିବା କହି ପୁଣି କନ୍ୟା ସନ୍ତାନ ଜନ୍ମ ହୋଇଥିବା ସୂଚନା ଦେଲେ ଚିକିତ୍ସାଳୟ କର୍ମଚାରୀ । ଅଧିକ ପଢ଼ନ୍ତୁ

allegation of exchange new born baby in subarnapur
ପୁଣି ସୁବର୍ଣ୍ଣପୁରରେ ଶିଶୁ ବଦଳି ଅଭିଯୋଗ

By

Published : Dec 29, 2021, 3:53 PM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବିବାଦ ପିଛା ଛାଡୁନାହିଁ । କେତେବେଳେ ଶିଶୁ ଚୋରି ତ କେତେବେଳେ ନବଜାତ ଶିଶୁ ବଦଳ ପରି ଅଭିଯୋଗ ହେଉଛି । କିଛି ଦିନ ତଳେ ଏଠାରେ ଏକ ଶିଶୁ ଚୋରି ହୋଇଥିବାବେଳେ ଆଜି ପୁଣି ନବଜାତ ଶିଶୁ ବଦଳ ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଗଣ୍ଡପାଲି ଗାଁର ଜଣେ ଦମ୍ପତି ପିଲା ବଦଳି ହେବାର ଅଭିଯୋଗ ଆଣିଛନ୍ତି ।

ପୁଣି ସୁବର୍ଣ୍ଣପୁରରେ ଶିଶୁ ବଦଳି ଅଭିଯୋଗ

ଗତ ସୋମବାର ଦିନ ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କରଙ୍କ ପତ୍ନୀ ବିନିତାଙ୍କୁ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ । ତେବେ କିଛି ସମୟ ପରେ ପୁଣି ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା । ଠିକ ସେହି ସମୟରେ ଅନ୍ୟ ପ୍ରସୂତି ମହିଳାମାନଙ୍କର କନ୍ୟା ସନ୍ତାନ ହୋଇଥିବା ପ୍ରସୂତି ବିଭାଗରୁ ଖବର ଆସିଥିଲା । ପ୍ରଥମେ ଶିଶୁ ପୁତ୍ର ହୋଇଥିବା କହି ପରେ ପୁଣି ଶିଶୁ କନ୍ୟା ହୋଇଥିବା ସୂଚନାକୁ ବିଶିକେଶନ ସହଜରେ ଗ୍ରହଣ କରି ପାରି ପାରୁନାହାଁନ୍ତି।

ତେବେ ଏହି ଘଟଣାରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଆଜି ସଦର ଟାଉନ ଥାନା ପୋଲିସ ଚିକିତ୍ସାଳୟକୁ ପହଞ୍ଚି ଘଟଣାର ତଦନ୍ତ କରୁଛି । ଚିକିତ୍ସାଳୟରେ ପ୍ରସୂତି ବିଭାଗ ପକ୍ଷରୁ ସଠିକ ସୂଚନା ଦିଆଯାଉ ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details