ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରର ସମସ୍ତ କୋଭିଡ ଟୀକାକରଣ କେନ୍ଦ୍ର ବନ୍ଦ - ଟିକା ଉତ୍ସବ

କେନ୍ଦ୍ର ସରକାର ଟିକା ଉତ୍ସବ ପାଳନ କରୁଥିବା ବେଳେ ଆଜକୁ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାରେ ଖୋଲାଯାଇଥିବା 55 ଗୋଟି ଟୀକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ତେବେ ଟିକା ଆସିଲେ ପୁଣି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାର ସବୁ କୋଭିଡ ଟୀକାକରଣ କେନ୍ଦ୍ର ବନ୍ଦ
ଜିଲ୍ଲାର ସବୁ କୋଭିଡ ଟୀକାକରଣ କେନ୍ଦ୍ର ବନ୍ଦ

By

Published : Apr 14, 2021, 1:55 PM IST

ସୁବର୍ଣ୍ଣପୁର: କେନ୍ଦ୍ର ସରକାର ଟିକା ଉତ୍ସବ ପାଳନ କରୁଥିବା ବେଳେ ଆଜକୁ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାରେ ଖୋଲାଯାଇଥିବା 55 ଗୋଟି ଟୀକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାରେ ଟିକାର ଅଭାବ ଦେଖା ଦେଇଥିବାରୁ ଟୀକାକରଣ କେନ୍ଦ୍ରଗୁଡିକ ସବୁ ବନ୍ଦ ରହିଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଲୋକେ ଟୀକାକରଣ କେନ୍ଦ୍ରକୁ ଆସି ନିରାଶରେ ଘରକୁ ଫେରୁଛନ୍ତି ।

ଜିଲ୍ଲାର ସବୁ କୋଭିଡ ଟୀକାକରଣ କେନ୍ଦ୍ର ବନ୍ଦ

ଦୈନିକ ପ୍ରାୟ ଚାରି ହଜାର ଡୋଜ ଟିକାର ଆବଶ୍ୟକତା ରହିଥିବା ବେଳେ ଗୋଟିଏ ହେଲେ ବି କେନ୍ଦ୍ରରେ ଟିକା ନାହିଁ । ଏପଟେ ଗୋଟିଏ ଡୋଜ ନେଇ ସାରିଥିବା ଲୋକେ ଦ୍ବୀତିୟ ଡୋଜ ପାଇଁ ରେଜିଷ୍ଟ୍ରେସନ କରି ଟିକା ଅପେକ୍ଷାରେ ଅଛନ୍ତି । ତେବେ ନିର୍ଦ୍ଧିଷ୍ଟ ସମୟ କଥା କହି ନ ଥିଲେ ବି ଟିକା ଆସିଲେ ପୁଣି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details