ସୁବର୍ଣ୍ଣପୁର: ଜିଲ୍ଲା ଖଲିଆପାଲିର ସନ୍ଥକବି ଭୀମ ଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠର ସାଧୁ ସନ୍ୟାସୀ ମାନେ ଲେଖକ କେଦାର ମିଶ୍ରଙ୍କ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସନ୍ଥକବିଙ୍କ ସମ୍ପର୍କରେ ଲେଖିଥିବା ଟିପ୍ପଣୀ ପାଇଁ ଲେଖକ ଭୀମଭୋଇ ସମାଧି ପୀଠରେ କ୍ଷମା ମାଗନ୍ତୁ ବୋଲି ସାଧୁମାନେ କହିଛନ୍ତି ।
କେଦାର ମିଶ୍ର ଜଣେ ବିଜ୍ଞ ଲେଖକ ହୋଇଥିବା ବେଳେ ଭୀମଭୋଇଙ୍କ ସମ୍ପର୍କରେ ତାଙ୍କରି ଏପରି ଅଶ୍ଳୀଳ ଲେଖା ତାଙ୍କର ମୁର୍ଖତାର ପରିଚୟ ଦେଉଛି ବୋଲି ଅଭିଯୋଗ କରିଛନ୍ତି । ଲେଖକ କେଦାର ମିଶ୍ର ତୁରନ୍ତ ଭୀମଭୋଇଙ୍କ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା ନକଲେ ସମାଧି ପୀଠର ସାଧୁ ସନ୍ୟାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।