ଓଡିଶା

odisha

ETV Bharat / state

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ଦାବି - Bonded died in Hyderabad

ଦିନକୁ ଦିନ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ଦିନ ପୂର୍ବରୁ ଜଣେ ଦାଦନ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଦାଦନଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 21, 2019, 1:06 PM IST

ସୁବର୍ଣ୍ଣପୁର: ଦିନକୁ ଦିନ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ 10 ଦିନରେ ଗଲାଣି 2ଦାଦନ ଶ୍ରମିକଙ୍କ ଜୀବନ । ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜିଲ୍ଲା ବୀରମହାରାଜପୁର ବ୍ଲକ ଗୋବିନ୍ଦପୁର ଗାଁର ଅନ୍ତର୍ଯ୍ୟାମୀ ତାଣ୍ଡିଆ ।

ସୂଚନାଯୋଗ୍ୟ, ହାଇଦ୍ରାବାଦରେ କାମ କରୁଥିବାବେଳେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ ଆମ୍ବୁଲାନ୍ସ ଯୋଗେ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଏବେ ଗାଁରେ ଶୋକାକୁଳ ପରିବେଶ । ସେପଟେ, ଘରର ଏକ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିବା ସହ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ଝାରକୁମୁଣ୍ଡା ଗାଁର ସନତ ଲୁହାଙ୍କ ମୃତ୍ୟୁ ହୋଇଥିଲା । କୋଏମ୍ବାଟୁରରେ ଏକ କମ୍ପାନୀରେ ସେ କାମ କରୁଥିବାବେଳେ ତାଙ୍କର ହୋଇଛି । କିନ୍ତୁ ସନତଙ୍କ ମୃତଦେହକୁ ଫେରାଇ ଆଣିବାକୁ 60 ହଜାର ଟଙ୍କା ଆବଶ୍ୟକ ପଡୁଥିବାବେଳେ ଅର୍ଥାଭାବରୁ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ଜଣେ ସମ୍ପର୍କୀୟ ଲୋକେ । ଘଟଣାରେ ଶ୍ରମ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସହାୟତା କରିନଥିବାର ଅଭିଯୋଗ କରିଛନ୍ତି ପରିବାରଲୋକେ ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details