ଓଡିଶା

odisha

By

Published : Aug 6, 2020, 10:57 PM IST

Updated : Aug 7, 2020, 3:17 PM IST

ETV Bharat / state

ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଆକ୍ସନ ନେଉନି ପୋଲିସ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ ଦାବି । ଗୁରୁବାର ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକେ ଏବଂ ଗାଁର କିଛି ସ୍ବେଚ୍ଛାସେବୀ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି ।

ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଆକ୍ସନ ନେଉନି ପୋଲିସ
ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଆକ୍ସନ ନେଉନି ପୋଲିସ

ସୁବର୍ଣ୍ଣପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ ଦାବି । ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁର ଅଭିଯୁକ୍ତ ଦିଲ୍ଳୀପ ମିଶ୍ରକୁ ଗିରଫ କରିବା ପାଇଁ ଦାବି ହୋଇଛି । ଅଭିଯୁକ୍ତ ବାଘରତଇଲା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି ।

ଗତ ଜୁଲାଇ 31 ତାରିଖରେ ନାବାଳିକା ଝିଅଟି ଘରେ ଥିବା ସମୟରେ ଅଭିଯୁକ୍ତ ଘରେ ପଶି ମାରଣାସ୍ତ୍ର ଦେଖାଇ ଝିଅକୁ ଉଠାଇ ନେଇଥିଲା । ଗାଁର ଅନତିଦୂରରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ । ତେବେ ଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି ।

ଗୁରୁବାର ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକ ଓ ଗାଁର କିଛି ସ୍ବେଚ୍ଛାସେବୀ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି । ତେବେ ଅଭିଯୋଗକାରୀମାନେ ଏସପିଙ୍କୁ ସାକ୍ଷାତ କରି ପାରି ନଥିବା ବେଳେ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Last Updated : Aug 7, 2020, 3:17 PM IST

ABOUT THE AUTHOR

...view details