ଓଡିଶା

odisha

ETV Bharat / state

ସେବାୟତଙ୍କୁ ମନାଇବାରେ ଫେଲ ମାରିଲା ଦେବୋତ୍ତର, କିଣା ସେବାୟତଙ୍କୁ ନେଇ ହେବ ବଳିଯାତ୍ରା

ସୁବର୍ଣ୍ଣପୁର ଗଡଜାତରେ ଐତିହାସିକ ବଳିଯାତ୍ରା ପର୍ବ ଆରମ୍ଭ ହେବାକୁ ଥିବାବେଳେ ଏଥର ମଧ୍ୟ ସାମିଲ ହେବେ ନାହିଁ ସେବାୟତ । ସେବାୟତଙ୍କୁ ମନାଇବାରେ ବିଫଳ ଦେବତ୍ତୋର ବିଭାଗ । ଅସନ୍ତୋଷ ପ୍ରକାଶ କଲେ ସହରବାସୀ । ଅଧିକ ପଢନ୍ତୁ

ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା
ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା

By ETV Bharat Odisha Team

Published : Oct 6, 2023, 8:49 PM IST

ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା

ସୁବର୍ଣ୍ଣପୁର: ଆଗକୁ ଆସୁଛି ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା । ସବୁଥର ପରି ଏଥର ବି ବଳିଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ବ୍ୟାପକ ପ୍ରସ୍ତୁତି କରୁଛି । ହେଲେ ବଳିଯାତ୍ରା ପାଳନ ପାଇଁ ରାଜାରାଜୁଡା ଅମଳରୁ ନିୟୋଜିତ ସେବାୟତମାନଙ୍କୁ ମନାଇବାରେ ଏଥର ବି ଦେବୋତ୍ତର ବିଭାଗ ବିଫଳ ହୋଇଛି । ଆଜକୁ ପ୍ରାୟ ଦେଢ ଦଶନ୍ଧିରୁ ଅଧିକ ହେଲା ସକମା ଗାଁର ଦେବୀଙ୍କ ସେବାୟତମାନେ ବଳିଯାତ୍ରାରେ ସାମିଲ ହେଉନାହାନ୍ତି ।

ଦେବୋତ୍ତର କମିଟି ସଭ୍ୟ ଶ୍ୟାମା ଓଁ ପ୍ରସାଦ ମିଶ୍ର କହିଛନ୍ତି, ‘‘ସକମା ଗାଁର ସେବାୟତମାନେ ରାଜା ରାଜୁଡା ଅମଳରୁ ପ୍ରାୟ 500 ଏକର ଉର୍ବର ଜମି ସେବା ପାଇଁ ପାଇଛନ୍ତି । ହେଲେ ବଳିଯାତ୍ରାରେ ସମାଲ ନହୋଇ କେବଳ ଭୋଗ ଦଖଲ କରି ଆସୁଛନ୍ତି । ସେବାୟତମାନଙ୍କ ପଟ୍ଟାରେ ବି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ପର୍ଯ୍ୟନ୍ତ ସେବାୟତମାନେ ଦେବୀଙ୍କ ସେବା ପୂଜା କରୁଥିବେ ସେତେ ଦିନ ଯାଏଁ ଏହି ଭୂସମ୍ପତ୍ତି ଭୋଗ ଦଖଲ କରିବେ । ହେଲେ ସେବା ପୂଜା ନକରି ବି ସେବାୟତମାନେ ସମ୍ପତ୍ତି ଭୋଗ ଦଖଲ କରୁଛନ୍ତି । 15ବର୍ଷ ହେବ ସେମାନେ ଆଉ ବଳିପ୍ରଥାରେ ଯୋଗ ଦେଉ ନାହାନ୍ତି । ପ୍ରଶାସନ ବାରମ୍ବାର କହିଲେ ମଧ୍ୟ ସେମାନେ କଥାକୁ ଅଣଦେଖା କରୁଛନ୍ତି ।’’

ଅନ୍ୟପଟେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ‘‘ବଳିଯାତ୍ରା ସମୟରେ ସେବାୟତମାନଙ୍କୁ ଏକ ଅନୁରୋଧ ପତ୍ର ଲେଖି ନୀରବ ହୋଇ ରହିଯାଉଛି ଦେବୋତ୍ତର ବିଭାଗ । ଜମିରୁ ସେବାୟତମାନଙ୍କୁ ଉଚ୍ଛେଦ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି । ପ୍ରତି ବର୍ଷ ପରି ଏଥରବି ଦେବୋତ୍ତର ବିଭାଗ ପକ୍ଷରୁ କିଣା ସେବାୟତକୁ ନେଇ ବଳିଯାତ୍ରା ପାଳନ କରାଯିବ । ଏପରି ଅସହଯୋଗ କରୁଥିବା ସେବାୟତମାନଙ୍କ ଉପରେ ଦେବୋତ୍ତର ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୁପ ସେମାନେ ଭୋଗ ଦଖଲ କରୁଥିବା ସମ୍ପତ୍ତି ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଦେବୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ପୂଜା

ସେପଟେ ସୋନପୁର ଗଡଜାତରେ ମହାବଳିଯାତ୍ରା ପାଇଁ ଦେବୀ ମା’ ସୁରେଶ୍ବରୀ, ଦେବୀ ମା’ ଖମ୍ବେଶ୍ବରୀ, ଦେବୀ ମା’ ସମଲେଇଙ୍କ ପୀଠ ପ୍ରମୁଖ ସ୍ଥାନ ରହିଛି । ଗଡଜାତର ଚୌହାନ ଶାସକମାନେ ତନ୍ତ୍ର ଆରାଧନା ସହିତ ଦେବୀଙ୍କ ପୂଜା ସେବା ଆଦି ପାଇଁ ବ୍ୟାପକ ଭୂସଂପତ୍ତିର ବ୍ୟବସ୍ଥା କରିଥିଲେ । ତେବେ ତନ୍ତ୍ର ସାଧନା ସହିତ ଦେବୀଙ୍କ ଧୂପ ,ଦୀପ ,ନୈବେଦ୍ୟ ,ବସ୍ତ୍ର ,ଅନ୍ନ ଓ ଆମିଷ ପ୍ରସାଦ ଆଦିର ବ୍ୟବସ୍ଥା କରିବା ପାଇଁ ଶତାଧିକ ସେବାୟତଙ୍କୁ ନିଯୁକ୍ତି କରାଯାଇ ଦେବୀଙ୍କ ନାଁରେ ଭୂ-ସଂପତ୍ତିର ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details