ଓଡିଶା

odisha

ETV Bharat / state

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ - ସୁବର୍ଣ୍ଣପୁର:

ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ଚାଲିଥିବା ଏକ ବାଲ୍ୟ ବିବାହକୁ ରୋକିବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି ।ଅଧିକ ପଢନ୍ତୁ...

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ
ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

By

Published : Mar 6, 2021, 1:57 PM IST

ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ଚାଲିଥିବା ଏକ ବାଲ୍ୟ ବିବାହକୁ ରୋକିବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି । ଉଲୁଣ୍ଡା ସିଡିପିଓ ମାଧୁରୀ ହୋତାଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ଚାଇଲ୍ଡ ଲାଇନର କର୍ମକର୍ତ୍ତା ଓ ଉଲୁଣ୍ଡା ପୋଲିସ କୌଣସି ସୁତ୍ରରୁ ଖବର ପାଇ ବାହାଘର ପାଇଁ କନ୍ୟାପକ୍ଷ ପ୍ରସ୍ତୁତ ହେଉଥିବା ବେଳେ ଗାଁରେ ପହଞ୍ଚିଥିଲେ ।

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ରାତିରେ ବିବାହ ଥିବା ବେଳେ ପ୍ରଶାସନିକ ଅଧିକାରୀ ନାବାଳିକାର ବାପା ଘର ଲୋକଙ୍କୁ ବିବାହ ବନ୍ଦ କରିବା ପାଇଁ କହିଥିଲେ । ପ୍ରଥମେ ନାବାଳିକାର ବାପା-ମା ଅମଙ୍ଗ ଥିବାବେଳେ ପରେ ବୁଝାସୁଝା କରି ବାହାଘର ବନ୍ଦ କରିବା ପାଇଁ ଲିଖିତ ପ୍ରତିଶୃତି ଦେଇଛନ୍ତି । ତେବେ ନାବାଳିକା ଜଣକ ବର୍ତ୍ତମାନ ଦଶମ ଶ୍ରେଣୀରେ ପଢୁଥିବାରୁ ତାଙ୍କୁ ଜିଲ୍ଲା ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details