ଓଡିଶା

odisha

ETV Bharat / state

ନାବାଳିକାକୁ ଅପହରଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

ନାବାଳିକାକୁ ଅପହରଣ ଅଭିଯୋଗରେ ଗିରଫ ହୋଇଛି ସ୍ଥାନୀୟ ଉଲୁଣ୍ଡା ଥାନା ଅନ୍ତର୍ଗତ ଡିଡିମାଲ ଗାଁର ଅଭିଯୁକ୍ତ ।

By

Published : Sep 18, 2019, 5:04 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ନାବାଳିକାକୁ ଅପହରଣ ଅଭିଯୋଗରେ ଗିରଫ ହୋଇଛି ସ୍ଥାନୀୟ ଉଲୁଣ୍ଡା ଥାନା ଅନ୍ତର୍ଗତ ଡିଡିମାଲ ଗାଁର ଅଭିଯୁକ୍ତ । ତାମିଲନାଡୁର ଥେନି ଥାନା ପୋଲିସ ଉଲୁଣ୍ଡା ପୋଲିସ ସହାୟତାରେ ସମ୍ପୃକ୍ତ 22 ବର୍ଷୀୟ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିଥିବା ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ ଅପହରଣ ଘଟଣାର ଅଭିଯୁକ୍ତ ଅନନ୍ତ ଭେସ୍ରାକୁ ଗିରଫ କରିବା ପାଇଁ ତାମିଲନାଜୁ ଥେନି ଥାନାର ଆଇଆଇସି ଭିକ୍ଟୋରିଆ ଲୌର୍ଡୋ ମାରି ଉଲୁଣ୍ଡା ଆଇଆଇସି ବିଦୁ ଭୂଷଣ ପୁଟାଙ୍କ ସହାୟତା ଲୋଡିଥିଲେ । ଏଠାରେ ପ୍ରକାଶ କି ଅଭିଯୁକ୍ତ ଅନନ୍ତ ତାମିଲନାଡୁର କଣାପଲୟମ ନିକଟରେ ଏକ ସୂତା କଳରେ ଗତ ତିନି ବର୍ଷ ହେବ କାମ କରୁଥିଲା । ଏହି ସମୟରେ ସେଠାରେ କାମ କରୁଥିବା ଏକ ନାବାଳିକା ସହ ଅନନ୍ତର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହାପରେ ତାମିଲନାଡୁରୁ କାମ ଛାଡି ଅନନ୍ତ ନାବାଳିକାକୁ ନେଇ ଓଡିଶା ଚାଲି ଆସିଥିଲା । ହେଲେ ନାବାଳିକା ହୋଇଥିବାରୁ ଝିଅର ପରିବାର ଲୋକଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ତାମିଲନାଡୁ ପୋଲିସ ଅନନ୍ତକୁ ଗିରଫ କରିଛି । ଏଥିସହ ପୋଲିସ ନାବାଳିକାକୁ ଉଦ୍ଧାର କରି ଡାକ୍ତରୀ ମଇନା କରାଇଛି ।

ତେବେ ଗିରଫ ଅନନ୍ତକୁ ତାମିଲନାଡୁ ପୋଲିସ ବୁଧବାର କୋର୍ଟ ଚାଲାଣ କରିବା ନେଇ ଜଣା ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details