ଓଡିଶା

odisha

ETV Bharat / state

ଥାନାବାବୁଙ୍କୁ ଚାପୁଡାଏ: ଆଜି କୋର୍ଟ ଚାଲାଣ ହେବ ଅଭିଯୁକ୍ତ

ବିନିକା ଥାନା ଏଏସଆଇଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 16, 2019, 1:48 PM IST

ସୁବର୍ଣ୍ଣପୁର: ଥାନା ଏଏସଆଇଙ୍କୁ ଚାପୁଡା ମାରିବା ଘଟଣା । ଆଜି କୋର୍ଟ ଚାଲାଣ ହେବ ଅଭିଯୁକ୍ତ । ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି ବିନିକା ପୋଲିସ । ସେପଟେ କାହିଁକି ଥାନା ଏଏସଆଇଙ୍କୁ ଚାପୁଡା ମାରିଲା, ଗଣମାଧ୍ୟମ ଆଗରେ ମଜାଳିଆ ବୟାନ ଦେଇଛି ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ ।

ପୁରା ଘଟଣା ଥିଲା ଏପରି । ଡେଣ୍ଡୁପଦର ଗାଁରେ ବର୍ଷାପାଣି ଯିବା ବାଟକୁ ବନ୍ଦ ରଖିଥିଲା ଗାଁର ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ । ଏହାକୁ ପ୍ରତିବାଦ କରି ଗାଁର ମହିଳାମାନେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଧାରରେ ଅଭିଯୁକ୍ତ ପାଣ୍ଡୁକୁ ପଚରାଉଚରା ପାଇଁ ସୋମବାର ଥାନାକୁ ଡାକିଥିଲେ ବିନିକା ଥାନା ଏଏସଆଇ ଅଭିମନ୍ୟୁ ସେଠୀ । ଏପଟେ ଥାନାବାବୁଙ୍କୁ ଚାପୁଡାଏ ମାରିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ପାଣ୍ଡୁର କହିବା କଥା ହେଲା, ଥାନାବାବୁ ସାଧା ପୋଷାକରେ ଥିଲେ । ପୋଲିସ ବାବୁ ବୋଲି ସେ ଜାଣିନଥିଲା । ପ୍ରଥମେ ଥାନାବାବୁ ତାକୁ ଚାପୁଡାଏ ମାରିଥିଲେ । ଚିହ୍ନି ନପାରି ସେ ମଧ୍ୟ ଚାପୁଡା ମାରିଥିବା କହିଛି ପାଣ୍ଡୁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details