ଓଡିଶା

odisha

ETV Bharat / state

ଠିକାଦାରଙ୍କଠାରୁ 20 ଲକ୍ଷ ଟଙ୍କା ଠକେଇ, ୫ ଗିରଫ - ସୁବର୍ଣ୍ଣପୁରରେ ଠିକାଦାରଙ୍କ ଠାରୁ ଲୁଟ

ସୁବର୍ଣ୍ଣପୁର ସହରରେ ଦିନ ଦ୍ବିପହରେ ଠିକାଦାରଙ୍କ ଠାରୁ 20 ଲକ୍ଷ ଟଙ୍କା ଲୁଟିନେବା ଘଟଣା । ଦୁଇ ମୁଖ୍ୟ ଅଭିଯୁକ୍ତ ସମେଜ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

loot case in subarnapur
ସୁବର୍ଣ୍ଣପୁରରେ ଠିକାଦାରଙ୍କ ଠାରୁ ଲୁଟ

By

Published : Aug 6, 2023, 9:50 PM IST

ସୁବର୍ଣ୍ଣପୁରରେ ଠିକାଦାରଙ୍କ ଠାରୁ ଲୁଟ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହୋଇଥିବା 20 ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ କଲା ସୋନପୁର ଟାଉନ ଥାନା ପୋଲିସ । ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ସମେଜ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଗତ ଜୁଲାଇ 30 ତାରିଖ ଦିନ ଦ୍ବିପହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଠିକାଦାର ରାଜେଶ ମେହେରଙ୍କ ପାଖରୁ 20 ଲକ୍ଷ ଟଙ୍କା ଠକି ନେଇଥିଲେ ।

ଗିରଫ ଠକ ସ୍ଥାନୀୟ ତିନି ଜଣ ବ୍ୟକ୍ତି ଯୋଗେଶ୍ୱର ବେହେରା, ଟଙ୍କଧର ପ୍ରଧାନ ଏବଂ ଶିବ ମେହେରଙ୍କ ସହାୟତାରେ ଏହି ଲୁଟ୍‌ କରିବାରେ ସକ୍ଷମ ହୋଇଥିଲେ । 20 ଲକ୍ଷ ଟଙ୍କା 500 ଟଙ୍କିଆ ନୋଟ ଦେଲେ 25 ଲକ୍ଷ ଟଙ୍କା 2000ଟଙ୍କିଆ ନୋଟ ଦେବେ ବୋଲି ରାଜେଶ ମେହେରଙ୍କ ଭିତରେ ବିଶ୍ୱାସ ଜନ୍ମାଇ ପାରିଥିଲେ । ରାଜେଶ ଏମାନଙ୍କ କଥାକୁ ବିଶ୍ବାସ କରି 12 ଲକ୍ଷ ଟଙ୍କାର 500 ଟଙ୍କିଆ ନୋଟ ଓ ଅନ୍ୟ ଜଣଙ୍କ ପାଖରୁ 8 ଲକ୍ଷ ଟଙ୍କାର 500 ଟଙ୍କିଆ ନୋଟ ଆଣିଥିଲେ । 20 ଲକ୍ଷ ଟଙ୍କା ଦେଇ ଉପୁରିଆ ଭାବେ 25 ଲକ୍ଷ ଟଙ୍କା 2000 ଟଙ୍କିଆ ନୋଟ ମିଳିବା ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଛିଡା ଠକଙ୍କ ଗାଡ଼ିରେ ଚଢ଼ିଥିଲେ । ତେବେ ଚତୁରତାର ସହିତ ପୋଲିସ ଗାଡ଼ି ସାଇରନ ବଜାଇ ପୋଲିସ ଆସୁଛି କହି ଠକମାନେ ରାଜେଶକୁ ନିଜ ଗାଡ଼ି ଭିତରୁ ବାହାରକୁ ଠେଲି ଦେଇ 20 ଲକ୍ଷ ଟଙ୍କା ନେଇ ଫେରାର ମାରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ରାୟଗଡାରେ ଲୁଟେରା ରାଜ୍‌, ଡିକି ଭାଙ୍ଗି ଲୁଟି ନେଲେ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ରାଜେଶ ସଦର ଟାଉନ ଥାନାରେ ଠକେଇ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ରାଜେଶଙ୍କ ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ତିନିଜଣ ସ୍ଥାନୀୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଦୁଇ ମୁଖ୍ୟ ଅଭିଯୁକ୍ତ ବ୍ରହ୍ମପୁର ସହରର ତ୍ରିନାଥ ରାଓ ଓ ଏ. ସନ୍ତୋଷକୁ ପୋଲିସ ଗିରଫ କରିଛି । ଠକେଇରେ ବ୍ୟବହୃତ ସ୍କୋର୍ପିଓ ଗାଡ଼ି ସହିତ ସେମାନଙ୍କ ପାଖରେ ଥିବା 14 ଲକ୍ଷ ଟଙ୍କାରୁ 12 ଲକ୍ଷ 88 ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଘଟଣାରେ ଆଉ କେହି ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଜାରି ରଖିଛି । 20 ଲକ୍ଷ ଟଙ୍କାରୁ ବାକି ଟଙ୍କା କାହା ପାଖରେ ରହିଛି ତାର ତଦନ୍ତ କରୁଛି । ଏଭଳି ଲୋଭର ବଶବର୍ତ୍ତୀ ହୋଇ ଲୋକେ ଠକଙ୍କଠାରୁ ଦୂରେଇ ରହିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details