ଓଡିଶା

odisha

ETV Bharat / state

ତରଭାରେ ଲୁଟ ଓ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଗିରଫ - ସୁବର୍ଣ୍ଣପୁରରେ ଡକାୟତି

ଡକାୟତି ଓ ହତ୍ୟା ଉଦ୍ୟମ ଘଟଣାରେ ତରଭା ଥାନା ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ

loot case in subarnapur
loot case in subarnapur

By

Published : Mar 12, 2023, 4:29 PM IST

ତରଭାରେ ଲୁଟ ଓ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଗିରଫ

ସୁବର୍ଣ୍ଣପୁର:ଡକାୟତି ଓ ହତ୍ୟା ଉଦ୍ୟମ ଘଟଣାକୁ ନେଇ 2 ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତରଭା ଥାନା ପୋଲିସ । ସୂଚନା ମୁତାବକ ଗତ ୯ ତାରିଖର ରାତି ପ୍ରାୟ ୧ଟା ସମୟରେ କମସରା ଫାଣ୍ଡି ବୁରୋମୁଣ୍ଡା ଗାଁରେ ରିଙ୍କୁ ରଣା ଓ ତାଙ୍କ ବାପା ରାସ୍ତା କଡରେ ଥିବା ତାଙ୍କ ଦୋକାନରେ ଶୋଇଥିଲେ । ସେହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଆସି ତାଙ୍କୁ ପୋଟ୍ରୋଲ ଓ ସିଗାରେଟ ମାଗିଥିଲେ । ସାମଗ୍ରୀ କିଣିବା ପରେ ତାଙ୍କୁ ପଇସା ନ ଦେଇ ପଳାଇଯିବାକୁ ବାହାରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସମୃଦ୍ଧି ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଓଲଟିଲା କାର, 6 ମୃତ ଏକାଧିକ ଆହତ

ସେପଟେ ଦୁର୍ବୁତ୍ତମାନେ ଟଙ୍କା ନଦେବାକୁ ନେଇ ଦୋକାନ ମାଲିକ ରିଙ୍କୁ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହାପରେ ଦୁର୍ବୁତ୍ତମାନେ ଏକ ଖଣ୍ଡାରେ ଦୋକାନ ମାଲିକଙ୍କୁ ଆକ୍ରମଣ କରି ତାଙ୍କ ଦୋକାନରୁ ପର୍ସ ସହିତ ୪୦୦୦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ଏନେଇ ଦୋକାନୀ ମାଲିକ ତରଭା ଥାନା ଯାଇ ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଆଜି ଅଭିଯୁକ୍ତ ରଞ୍ଜିତ ତାଣ୍ଡି ଓ ରାଜ ରତନ ଜଗଦଲା ନାମକ 2ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ନିକଟରୁ ଅପରାଧରେ ବ୍ୟବହୃତ ହୋଇଥିବା ମୋଟର ସାଇକେଲ, ଖଣ୍ଡା, ମୋବାଇଲ ଓ ନଗଦ ୧୧୪୦ ଟଙ୍କା ଜବତ କରିବାରେ ପୋଲିସ ସକ୍ଷମ ହୋଇଛି ।

ଏହା ମଧ୍ୟ ପଢନ୍ତୁ- PM Modi Roadshow: ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ, ଫୁଲ ବର୍ଷାରେ ମୋଦିଙ୍କୁ ସ୍ବାଗତ

ତରଭା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ଏହି ଲୁଟ ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି ।

ପ୍ରକାଶଥାଉକି, କିଛି ଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ଅସରଳା ଗ୍ରାମର ତିନି ଜଣଙ୍କ ଘରୁ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଓ କଂସା ବାସନ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details