ସୁବର୍ଣ୍ଣପୁର: ଜିଲ୍ଲାରେ ମାତିଛନ୍ତି ନିଶା ବେପାରୀ । ବିପୁଳ ପରିମାଣର କଫସିରପ ଜବତ କରିଛି ସୋନପୁର ପୋଲିସ । ଏହି ଘଟଣାରେ ତିନି ଜଣ ଯୁବକକୁ ଗିରଫ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବା ନେଇ ସୂଚନା ରହିଛି ।
ସୁବର୍ଣ୍ଣପୁରରେ ସକ୍ରିୟ ନିଶା ମାଫିଆ, କଫସିରପ ବିକ୍ରି ବେଳେ 3 ଗିରଫ - ସୁବର୍ଣ୍ଣପୁରରେ ନିଶା ମାଫିଆ
ସୁବର୍ଣ୍ଣପୁର ଜିଲ୍ଲାରୁ ବିପୁଳ ପରିମାଣର କଫସିରପ ଜବତ କରିଛି ସୋନପୁର ପୋଲିସ । ଏହି ଘଟଣାରେ ତିନି ଜଣ ଯୁବକକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ
ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସହର ଉପକଣ୍ଠରେ ନିଶା ବେପାରୀମାନେ କଫସିରପ ବିକ୍ରି କରିବା ପାଇଁ ଅଟକି ଥିଲେ । ଏହି ପୋଲିସ କର୍ମଚାରୀ ସେମାନଙ୍କ ଉପରେ ସନ୍ଦେହ କରି ଚଢ଼ାଉ କରିଥିଲେ । ଅଟୋ ଭିତରୁ 58 ବୋତଲ ଏସ୍ କଫ-କଫସିରପ ଜବତ କରାଯାଇଥିଲା । ଗିରଫ ତିନିଜଣ ଯୁବକ ମିଥୁନ କୁମ୍ଭାର, ଦେବାଶିଷ ସୁନା ଓ ମନ୍ଥନ ଜାଲ ବୋଲି ପୋଲିସ ଜାଣି ପାରିଛି । ସେମାନଙ୍କଠାରୁ କପ ସିରଫ ନେଇ ଯାଉଥିବା ଅଟୋ, ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର