ଓଡିଶା

odisha

ETV Bharat / state

ଆଦିବାସୀ ସମ୍ପ୍ରଦାୟର କୃଷିଭିତ୍ତିକ ପର୍ବ 'କରମସାନୀ' - କରମସାନୀ

ଆରମ୍ଭ ହୋଇଛି କରମା ପର୍ବ । ମାଦଳ ଓ ଢୋଲର ତାଳେ ତାଳେ କରମା ଗୀତ ଗାଇ ପାରମ୍ପପାରିକ ରୀତିନୀତିରେ ପୂଜା ଆରାଧନା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟ ।

ଡିଜାଇନ ଫଟୋ

By

Published : Sep 6, 2019, 2:58 PM IST

ସୁବର୍ଣ୍ଣପୁର: ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ସମ୍ପ୍ରଦାୟର ପ୍ରମୁଖ କରମା ପର୍ବ । ସୁବର୍ଣ୍ଣପୁର ସହରର ଚମାରପଡାଠାରେ ଆଦିବାସୀମାନେ ବଡ ଧୁମଧାମରେ କରମା ପର୍ବ ପାଳନ କରିଥାନ୍ତି । ମାଦଳ ଓ ଢୋଲର ତାଳେ ତାଳେ କରମା ଗୀତ ଗାଇ ପାରମ୍ପାରିକ ରୀତିନୀତିରେ ପୂଜା ଆରାଧନା କରିଥାନ୍ତି ଆଦିବାସୀ ସଂପ୍ରଦାୟ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ କରମା ବ୍ରତୀମାନେ ପୋଖରୀରୁ ବାଲି କାଢି ଆଣି ସେଥିରେ ସାତ ପ୍ରକାରର ଶସ୍ୟକୁ ଗଜା କରୁଥିବା ଦେଖାଯାଏ। ପରେ ସମ୍ପୂର୍ଣ୍ଣ ରୀତିନୀତିରେ ପୂଜା ଆରାଧନା କରିବା ସହ ବାଲି କାଢିଆଣି ଘରେ ସ୍ଥାପନ କରିଥାନ୍ତି ।

ସାତ ପ୍ରକାର ଶସ୍ୟ ଦେଇ ପ୍ରସ୍ତୁତ କରାଯାଇଥିବା ଜୁଆକୁ ଆଗାମୀ ଦଶମୀ ତିଥି ଯାଏଁ ଘରେ ରଖି ପୂଜା ଆରାଧନା କରାଯାଏ । ଏହାପରେ ଏହାକୁ ଏକାଦଶୀ ତିଥିରେ ପୂଜା ମଣ୍ଡପକୁ ଅଣାଯାଏ । କରମା ଡାଳ ସହିତ ପ୍ରସ୍ତୁତ ସାତ ପ୍ରକାର ଶସ୍ୟର ଜୁଆକୁ ପୂଜା ମଣ୍ଡପରେ ରଖି କରମା ପୂଜା କରିବା ସହିତ ରାତି ତମାମ ନାଚଗୀତର ଆସର ଜମେ । ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷମାନେ ଏକାଦଶୀ ତିଥି ରାତିରେ କରମା ନାଚଗୀତ କରିବା ପରମ୍ପରା ବେଶ ପୁରୁଣା । କୃଷି ଭିତ୍ତିକ ଏହି ପର୍ବରେ କରମା ଦେବୀ ସନ୍ତୁଷ୍ଟ ହେଲେ ଅପୁତ୍ରୀକରଙ୍କୁ ପୁତ୍ରଦାନ ହେବା ସହ ଧନ ଜନ ଗୋପଲକ୍ଷ୍ମୀ ପ୍ରାପ୍ତି ହୁଏ ବୋଲି ଆଦିବାସୀମାନଙ୍କର ବିଶ୍ବାସ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details