ହେଲମେଟ ପିନ୍ଧିବାକୁ ଅମଙ୍ଗ ଚାଳକ, 9 ମାସରେ ଗଲାଣି 62 ଜଣଙ୍କ ପ୍ରାଣ
ମୋଟର ସାଇକେଲ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ । ଚଳିତ 9 ମାସ ଭିତରେ 87ଟି ଦୁର୍ଘଟଣା ହୋଇଥିବା ବେଳେ 62 ଜଣଙ୍କ ମୃତ୍ୟୁ ହେଲାଣି । ହେଲେ ବି ହେଲମେଟ ପିନ୍ଧିବାକୁ ନାରାଜ ଚାଳକ । ଅଧିକ ପଢନ୍ତୁ:
ସୁବର୍ଣ୍ଣପୁର: ବାଇକ ଆରୋହୀଙ୍କୁ ଅଡୁଆ ହେଲମେଟ । ଫଳରେ ମୋଟର ସାଇକେଲ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ । ଚକ ଚକିଆ ମସୃଣ ଜାତୀୟ ରାଜପଥରେ ଗାଡି ଦୌଡାଇବାକୁ ଭଲ ପାଉଥିବା ବାଇକ ଆରୋହୀଙ୍କ ପାଇଁ କିନ୍ତୁ ଏଇ ରାସ୍ତା ଏବେ ମହଙ୍ଗା ପଡିଛି । କାହିଁ ନା ଏଥିରୁ ଅଧିକାଂଶ ବିନା ହେଲମେଟରେ ଗାଡି ଚଳାଇ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଜୀବନ ମଧ୍ୟ ହାରୁଛନ୍ତି । ସେପଟେ ଏହି ଅମାନିଆଙ୍କୁ ସଜାଡିବାକୁ ପରିବହନ ବିଭାଗ ଫାଇନର ବ୍ୟବସ୍ଥା କରିଥିଲେ ବି ଅନେକ ସରକାରୀ କର୍ମଚାରୀଙ୍କ ସହିତ ପାଟି ତୁଣ୍ଡ କରିବାକୁ ବି ପଛାଉ ନାହାନ୍ତି । ହେଲେ ବିନା ସୁରକ୍ଷା ଉପକରଣରେ ଗାଡି ଦୌଡାଇ ଜୀବନ ହାରୁଛନ୍ତି।