ଓଡିଶା

odisha

ETV Bharat / state

କୋଟାରେ ଫସିଛନ୍ତି ସୁବର୍ଣ୍ଣପୁର ଝିଅ, ଭାବବିହ୍ୱଳ ହୋଇ ଉଦ୍ଧାର ପାଇଁ ଗୁହାରୀ - a resident of subarnapur stuck in rajasthan need govt help

ଲକଡାଉନରେ କେଉଁଠି ନା କେଉଁଠି କିଏ ଫସିଥିବା ନେଇ ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି । ଏବେ ଓଡିଶାର ଜଣେ ଝିଅ ରାଜସ୍ଥାନ କୋଟାରେ ମେଡିକାଲ କୋଚିଂ ନେଉଥିବାବେଳେ ଲକଡାଉନ ହେତୁ ସେଠାରେ ସେ ରହିଯାଇଛନ୍ତି । ସେପଟେ ହଷ୍ଟେଲରେ ଏକାକୀ ଥିବା ହଷ୍ଟେଲ ମାଲିକ ରୁମ ଛାଡିବାକୁ ଦେଇଛନ୍ତି ଚେତାବନୀ । ଏନେଇ ଉଦ୍ଧାର କରିବାକୁ ଛାତ୍ରୀ ଜଣଙ୍କ ଭିଡିଓ ବାର୍ତ୍ତା ଦେଇଛନ୍ତି ।

ହଷ୍ଟେଲ ଛାଡି ପାରୁନି ଏକାକୀ ଝିଅ, ଉଦ୍ଧାର କରିବାକୁ ଦେଲେ ଭିଡିଓ ବାର୍ତ୍ତା
ହଷ୍ଟେଲ ଛାଡି ପାରୁନି ଏକାକୀ ଝିଅ, ଉଦ୍ଧାର କରିବାକୁ ଦେଲେ ଭିଡିଓ ବାର୍ତ୍ତା

By

Published : Apr 22, 2020, 2:59 PM IST

ସୁବର୍ଣ୍ଣପୁର: ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବାଙ୍କିପାଲି ଗାଁର ପୂଜା ଆଗ୍ରୱାଲ ରାଜସ୍ଥାନର କୋଟାରେ ଫସି ରହିଛନ୍ତି । ଭାଗିରଥୀ ଅଗ୍ରୱାଲଙ୍କ ଝିଅ ପୂଜା ଗତ ଏକ ବର୍ଷ ହେଲା କୋଟାର ଲେନମାର୍କ ସିଟି ଆଲେନ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଚିଂ ନେଉଛନ୍ତି ।

ହଷ୍ଟେଲ ଛାଡି ପାରୁନି ଏକାକୀ ଝିଅ, ଉଦ୍ଧାର କରିବାକୁ ଦେଲେ ଭିଡିଓ ବାର୍ତ୍ତା

ଏବେ ଲକଡାଉନ ଥିବାରୁ କୋଚିଂ ବନ୍ଦ ହୋଇ ଯାଇଛି । ହଷ୍ଟେଲରେ ରହୁଥିବା ଅନ୍ୟ ରାଜ୍ୟର ଛାତ୍ରୀମାନେ ନିଜ ନିଜ ସରକାରଙ୍କ ଉଦ୍ୟମରେ ହଷ୍ଟେଲ ଛାଡି ଘରକୁ ଚାଲି ଯାଇଛନ୍ତି । ଫଳରେ ପୂଜା ହଷ୍ଟେଲରେ ଏକାକୀ ରହୁଥିବା କହିଛନ୍ତି । ସେପଟେ ହଷ୍ଟେଲ ମାଲିକ ପୂଜାଙ୍କୁ ହଷ୍ଟେଲ ଛାଡିବାକୁ ଚାପ ପକାଉଛନ୍ତି । ଫଳରେ ପୂଜା କାନ୍ଦି କାନ୍ଦି ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ।

ହଷ୍ଟେଲ ଛାଡି ପାରୁନି ଏକାକୀ ଝିଅ, ଉଦ୍ଧାର କରିବାକୁ ଦେଲେ ଭିଡିଓ ବାର୍ତ୍ତା

ପୂଜାଙ୍କ ବାପା ଭାଗୀରଥୀ ତାଙ୍କୁ ହଷ୍ଟେଲରୁ ଆଣିବାକୁ ଜିଲ୍ଲାପାଳଙ୍କୁ ଅନୁମତି ଦେବା ପାଇଁ ଆବେଦନ କରିଥିବା ଜଣାପଡିଛି ।

ହଷ୍ଟେଲ ଛାଡି ପାରୁନି ଏକାକୀ ଝିଅ, ଉଦ୍ଧାର କରିବାକୁ ଦେଲେ ଭିଡିଓ ବାର୍ତ୍ତା

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details