ଓଡିଶା

odisha

ETV Bharat / state

ଅଧ୍ୟାପକରୁ ସଫଳ ଉଦ୍ୟାନ ଚାଷୀ ‘ଶିବାଜୀ ପଣ୍ଡା’ - ସୁବର୍ଣ୍ଣପୁରର ଶିବାଜୀ ପଣ୍ଡା

ସିନ୍ଦୁରପୁରରୁ ଲଣ୍ଡନର ଶିବାଜୀଙ୍କ ଯାତ୍ରା ଶୁଣିଲେ ବେଶ ଗର୍ବ ଅନୁଭବ ହୁଏ ସତ, ହେଲେ ଲଣ୍ଡନରୁ ଫେରି ଜନ୍ମମାଟିରେ ବିନା ରସାୟନିକ ପଦାର୍ଥ ବ୍ୟବହାରରେ ଇକୋ ଭିଲେଜର ସୃଷ୍ଟି ଓ ମୁକ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଇଙ୍ଗିତ ଭାଷା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାର ତାଙ୍କ ଇଚ୍ଛା ଦେଖିଲେ ଛାତି କୁଣ୍ଢେମୋଟ କରିଦିଏ ।

journey of shivaji panda from professor to farmer, subarnapur's shivaji panda, eco village creator shivaji panda, ଇକୋ ଭିଲେଜ ସୃଷ୍ଟିକର୍ତ୍ତା ଶିବାଜୀ ପଣ୍ଡା, ସୁବର୍ଣ୍ଣପୁରର ଶିବାଜୀ ପଣ୍ଡା, ଅଧ୍ୟାପକରୁ ଉଦ୍ୟାନ ଚାଷୀର ଶିବାଜୀଙ୍କ ଯାତ୍ରା
ଅଧ୍ୟାପକରୁ ସଫଳ ଉଦ୍ୟାନ ଚାଷୀ ‘ଶିବାଜୀ ପଣ୍ଡା’

By

Published : Dec 22, 2019, 6:46 PM IST

ସୁବର୍ଣ୍ଣପୁର: ଶୁଣିଲେ ବିଶ୍ବାସ କରି ହେଉନି । ଦେଖିଲେ ଆଶ୍ତର୍ଯ୍ୟ ଲାଗୁଛି । ବିଦେଶରେ ଅଧ୍ୟାପକର ଚାକିରି ଛାଡି ନିଜ ସ୍ବପ୍ନ ପୂରଣ କରିବାକୁ ସେ ପୁଣି ଫେରିଛନ୍ତି ଜନ୍ମମାଟିକୁ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡାଙ୍କ କଥା । ଯିଏ ନିଜେ କଥା କହି ନପାରୁନଥିଲେ ବି ନିଜ କର୍ମ ବଳରେ ସମାଜକୁ ଦେଇଯାଇଛନ୍ତି ଏକ ମହାନ ବାର୍ତ୍ତା । ପ୍ରଦୂଷଣ ଯୁଗରେ ରସାୟନିକ ପଦାର୍ଥ ବିନା ଚାଷ କାର୍ଯ୍ୟ ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଶିବାଜୀ ନିଜ ଉଦ୍ୟମ ବଳରେ ସୃଷ୍ଟି କରିଛନ୍ତି ପ୍ରଥମ ଇକୋ ଭିଲେଜ ।

ଅଧ୍ୟାପକରୁ ସଫଳ ଉଦ୍ୟାନ ଚାଷୀ ‘ଶିବାଜୀ ପଣ୍ଡା’

ସିନ୍ଦୁରପୁରରୁ ଲଣ୍ଡନର ଶିବାଜୀଙ୍କ ଯାତ୍ରା ଶୁଣିଲେ ବେଶ ଗର୍ବ ଅନୁଭବ ହୁଏ ସତ, ହେଲେ ଲଣ୍ଡନରୁ ଫେରି ଜନ୍ମମାଟିରେ ବିନା ରସାୟନିକ ପଦାର୍ଥ ବ୍ୟବହାରରେ ଇକୋ ଭିଲେଜର ସୃଷ୍ଟି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଇଙ୍ଗିତ ଭାଷା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାର ତାଙ୍କ ଇଚ୍ଛା ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଏ । ଏହି ଇଚ୍ଛା ବଳରେ ବିନିକା ଅଞ୍ଚଳରେ 5 ଏକର ଜମିରେ ସେ ସୃଷ୍ଟି କରିଛନ୍ତି ପ୍ରଥମ ଇକୋ ଭିଲେଜ । ଯେଉଁଠାରେ ସମ୍ପୂର୍ଣ୍ଣ ଗୋବର ଖତ ଓ ପାରମ୍ପରିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ସହିତ ବିଭିନ୍ନ ପ୍ରକାରର ପନିପରିବା ଓ ଫଳମୂଳ ଉତ୍ପାଦନ କରୁଛନ୍ତି ସେ ।

ଇକୋ ଭିଲେଜରେ ଖାଲି ଯେ ଉଦ୍ୟାନ ଚାଷ ହେଉଛି ତାହା ନୁହେଁ, ମୁକ ଓ ବଧିର ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏଠାରେ ବିଭିନ୍ନ ସାମଗ୍ରୀ ମଧ୍ୟ ରହିଛି । ଏଥିପାଇଁ ଏକ ମୁକ୍ତ କୋଠରୀରେ ରହିଛି ଆବଶ୍ୟକୀୟ ସମସ୍ତ ପାଠ୍ୟ ଉପକରଣ । ସାଥୀରେ ସୌରଶକ୍ତି ଚାଳିତ ଘରୋଇ ଉପକରଣ ଓ ସମସ୍ତ ବୈଦୁତିକ ଉପକରଣ ପାଇଁ ସୌରଶକ୍ତିର ବ୍ୟବହାର ହେଉଥିବା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଶିବାଜୀଙ୍କ ସ୍ବପ୍ନ କେବଳ ଏତିକିରେ ସୀମିତ ନୁହେଁ । ଏଠାରେ ଏକ ଇଙ୍ଗିତ ଭାଷା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା କରି ଶିକ୍ଷା ଦାନ କରିବାର ଇଚ୍ଛା ପାଇଁ ସେ ବିଦେଶର ବେଶ କିଛି ବର୍ଷର ବରିଷ୍ଠ ଇଙ୍ଗିତ ଭାଷା ଅଧ୍ୟାପକର ଚାକିରି ଛାଡି ଜନ୍ମମାଟି ଫେରି ଆସିଥିଲେ ।

ଶୁଣିଲେ ସ୍ବପ୍ନ ପରି ଲାଗୁଥିଲେ ବି ଏହାକୁ ବାସ୍ତବତାର ରଙ୍ଗରେ ସଜେଇ ପାରିଛନ୍ତି ଶିବାଜୀ । ବିନା ସରକାରୀ ସହାୟତାରେ ଏବେ ପ୍ରାୟ 50 ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ସେ। ନିଜେ ସନ୍ନ୍ୟାସୀ ଭଳି ଜୀବନଯାପନ କରୁଥିଲେ ହେଁ ଅନ୍ୟଙ୍କ ପାଇଁ ଅସହାୟ ସମୟର ଆଶା ବାଡି ପାଲଟି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅଧ୍ୟାପକରୁ ସଫଳ ଉଦ୍ୟାନ ଚାଷୀ ପାଲଟିଥିବା ଶିବାଜୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details