ଓଡିଶା

odisha

ETV Bharat / state

ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବତୀ ମୃତ - Subarnapur

ଦୁଷ୍କର୍ମ ଉଦ୍ୟମରେ ଅସଫଳ ହେବାରୁ ପିଉସୀଙ୍କୁ ପୁତୁରାର ଛୁରାମାଡ । ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ କଣ୍ଟାମାଳ ପୋଲିସ ଘଟଣାର ତଦନ୍ତ କରୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 1, 2019, 2:00 PM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଯୁବତୀ ଜଣକୁ ତାଙ୍କ ପୁତୁରା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ଏଥିରେ ଅସଫଳ ହୋଇ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାଯୋଗ୍ୟ, ରବିବାର ବୌଦ୍ଧ କଣ୍ଟାମାଳ ଥାନା ଆଶ୍ରା ଗାଁର ବିନୋଦ ଦୀପ ତାର ପିଉସୀ କବିତା ଦୀପଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏଥିରେ ଯୁବତୀ ଜଣକ ଅମଙ୍ଗ ହେବାରୁ ଅଭିଯୁକ୍ତ ପୁତୁରା ଜଣକ ଛୁରୀରେ ପିଉସୀଙ୍କ ବେକରେ ଆଘତ କରିଥିଲା ।

ତେବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଘଟଣା ବିଷୟରେ କଣ୍ଟାମାଳ ପୋଲିସ ଖବର ପାଇବା ଘଟଣାର ତଦନ୍ତ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details