ସୁବର୍ଣ୍ଣପୁର:ଜିଲ୍ଲାର ତରଭା ପୋଲିସ ଟଙ୍କା ଲୁଟ ଘଟଣାରେ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତ 26 ତାରିଖରେ ଭାରତ ଫାଇନାନ୍ସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ପାଖରୁ ଏକ ଲକ୍ଷ 83 ହଜାର ଟଙ୍କା ଲୁଟ୍ ହୋଇଥିଲା । ଏନେଇ ପୋଲିସ ଏହି ଘଟଣାର ତଦନ୍ତ କରି ଆଠ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ।
ଏହାପରେ ଜଣେ ନାବାଳକ ସହିତ କମସରା ଅଞ୍ଚଳର ଛଅ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନଙ୍କ ପାଖରୁ ପୋଲିସ ପାଖାପାଖି ୨୪ ହଜାର ଟଙ୍କା ସହିତ ଟଙ୍କା ବ୍ୟାଗ, ଡାଇରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀରାମ ରଣା, ସୀତାରାମ ରଣା, ଅଶ୍ବିନୀ ରଣା, ଅର୍ଜୁନ ଷଣ୍ଢ, ଜିତେଶ କୁମ୍ଭାର, ସୁଶୀଲ ରଣା ଓ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି ।