ଓଡିଶା

odisha

By

Published : Nov 7, 2019, 3:01 PM IST

ETV Bharat / state

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ। ବଲାଙ୍ଗୀରରୁ ସଡକ ପଥ ଦେଇ ଅଚାନକ ସୁବର୍ଣ୍ଣପୁରରେ ପହଞ୍ଚିଥିଲେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକାଙ୍କ ସହିତ କଡା ସୁରକ୍ଷା ବଳୟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ।

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

ସୁବର୍ଣ୍ଣପୁର: ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ପାଣ୍ଡିଆନ । ବଲାଙ୍ଗୀରରୁ ସଡକ ପଥ ଦେଇ ଅଚାନକ ସୁବର୍ଣ୍ଣପୁରରେ ପହଞ୍ଚିଥିଲେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକାଙ୍କ ସହିତ କଡା ସୁରକ୍ଷା ବଳୟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଣ୍ଡିଆନଙ୍କୁ ଚିକିତ୍ସାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ।

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 5T ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଚିକିତ୍ସାଳୟର ୱାର୍ଡ ଗୁଡିକ ପରିଦର୍ଶନ କରିବା ପରେ ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ପ୍ରାୟ 15 ମିନିଟ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପାଣ୍ଡିଆନଙ୍କୁ ମୁଖ୍ୟ ଚିକିତ୍ସାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହିତ ଜନସାଧାରଣଙ୍କ ସେବା ଓ ଚିକିତ୍ସା ପାଇଁ ନିଆଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିବା ସୂଚନା ମିଳିଛି ।

ତେବେ ଗୁରୁବାର ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସହରରେ ଥିବା ବେଆଇନ ପାଥୋ କ୍ଲିନିକଗୁଡିକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ପ୍ରଶାସନିକ ଆଦେଶ ସତ୍ତ୍ବେ ବେଆଇନ କ୍ଲିନିକଗୁଡିକ ଚାଲିଥିଲା । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବି ପାଣ୍ଡିଆନଙ୍କ ଗସ୍ତକୁ ଆଖି ଆଗରେ ରଖି ଅନେକ ସମସ୍ୟାର ସମାଧାନ କରିଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details