ସୁବର୍ଣ୍ଣପୁର: ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ l ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଲୋକସଭା, ବିଧାନସଭା ପ୍ରାର୍ଥୀ । ଏହିକ୍ରମରେ ସୋନପୁରର ପୂର୍ବତନ ବିଧାୟକ ତଥା ଚଳିତ ନିର୍ବାଚନରେ ବୀରମହରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ଦେଇଛନ୍ତି ଆମେ ଆଗାମୀ ନିର୍ବାଚନ ପାଇଁ ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ।
ଵିନୋଦ ପାତ୍ର ସମର୍ଥକ ଓ କର୍ମୀଙ୍କୁ ନେଇ ଜୋରସୋରରେ ପ୍ରଚାର କରୁଛନ୍ତି । ଆମ ପାଞ୍ଚଟି ପ୍ରଶ୍ନ ଉତ୍ତରରେ ଗରିବ, ମୂଲିଆ, ଶ୍ରମଜୀବୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ରାହୁଳ ଗାନ୍ଧୀଙ୍କ ନୀତିରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ କରିବେ ବୋଲି ଉତ୍ତର ରଖିଛନ୍ତି । ଜଳସେଚନ ପ୍ରକଳ୍ପର ଉନ୍ନତି କରଣ, ଧାନର ମୁଲ୍ୟ ବୃଦ୍ଧି, ଋଣ ଛାଡ ଆଦି ପାଇଁ ଲଢ଼େଇ କରିବା ସହିତ ବିଧାୟକ ପାଣ୍ଠିର ସୁବିନିଯୋଗ ବରିବେ ବୋଲି କହିଛନ୍ତି । ସେ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ ଦିଗରେ ସୁ-ପଦକ୍ଷେପ ନେଇ ନିର୍ବାଚନୀ ଯୁଦ୍ଧ ଜିତିବା କଥା କହିଛନ୍ତି ।