ସୁବର୍ଣ୍ଣପୁର: ଜିଲ୍ଲା ପୋଲିସକୁ ସଫଳତା । ସୁବର୍ଣ୍ଣପୁରରେ ଗତ 17 ତାରିଖରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣା ପର୍ଦାଫାସ କରିଛି ଜିଲ୍ଲା ପୋଲିସ । 21 ଲକ୍ଷ ଟଙ୍କାରୁ 15 ଲକ୍ଷ 30 ହଜାର ଟଙ୍କା ଜବତ କରିବା ସହିତ 5 ଜଣଙ୍କୁ ଗିରଫ କରିଛି ।
ସେହିପରି ଡକାୟତିରେ ବ୍ୟବହାର ହୋଇଥିବା 5 ଟି ବାଇକ ସହ 10 ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । 5 ଗିରଫଙ୍କ ମଧ୍ୟରରୁ 4 ଜଣ ବୌଦ୍ଧ ଜିଲ୍ଲା ଏବଂ ଜଣେ ସୋନପୁରର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ଦୀପ, ହରିବୋଲ ସାଣ୍ଢ, ଆମ୍ବୁଜ ବେହେରା, ସାରଦୁଲ ଗଇଗରିଆ ଓ ସୁନୀଲ ମହାରଣା । ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ସୁନୀଲ ମହାରଣା ବୋଲି ଜଣାପଡିଛି ।