ସୁବର୍ଣ୍ଣପୁର: ଶନିବାର 4ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ଜିଲ୍ଲାର ସଦର ତହସିଲ । ସେମାନଙ୍କ ମଧ୍ୟରୁ 3ଟି ଟ୍ରାକ୍ଟର ମାଲିକଙ୍କ ଠାରୁ 40 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଜଣେ ଏଯାଏଁ ଦେଖା ଦର୍ଶନ ଦେଇନଥିବା ସୂଚନା ମିଳିଛି ।
ମହାନଦୀର ବିଭିନ୍ନ ଘାଟ ନିଲାମ ହୋଇ ନଥିବା ବେଳେ ଚୋରା ବାଲି କାରବାର ବଢିଚାଲିଛି । ଏପରି ସ୍ଥିତିରେ ଚେକିଂ ବ୍ୟବସ୍ଥାକୁ କଡା କରିଦିଆ ଯାଇଛି । ଶନିବାର ବହୁ ଟ୍ରାକ୍ଟର ବାଲି ବୋଝେଇ କରି ଏଠାରୁ ବାଲି ନେଉଥିବା ବେଳେ ରାଜସ୍ବ ବିଭାଗର କର୍ମାଚାରୀ ବାଲି ରୟାଲଟି ରସିଦ ମାଗିଥିଲେ । ଏହା ପରେ ପଦାରେ ପଡିଥିଲା ଚୋରା ବାଲି କାରବାରୀଙ୍କ ସତ । ସଦର ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ବ କର୍ମଚାରୀ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି ।