ସୁବର୍ଣ୍ଣପୁର: ଜିଲ୍ଲାରେ ପୁଣି 4 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ସଦର ବ୍ଲକ ହରଡୋଖୋଲରୁ ଦୁଇ ଜଣ, ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଓ ତରଭା ବ୍ଲକରୁ ଜଣଙ୍କର କୋଭିଡ-19 ପଜେଟିଭ ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି ।
ଆଜି ଚାରିଜଣଙ୍କ ପଜିଟିଭ ରିପୋର୍ଟ ମିଳିବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ସଦର ବ୍ଲକର ଦୁଇ ଜଣ ତାମିଲନାଡୁ ଓ ମହାରାଷ୍ଟ୍ରରୁ ଫେରିବା ପରେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ଗତ 18 ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି ।