ସୁବର୍ଣ୍ଣପୁର: ଜିଲ୍ଲା ସଦର ଥାନା ପୋଲିସ ଆଜି 4 ଜଣ ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ଦୁର୍ବୃତ୍ତମାନେ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଅର୍ଜୁନପୁର ଛକ ନିକଟରେ ମୋଟର ସାଇକେଲ ଓ ବିଭିନ୍ନ ଚାରି ଚକିଆ ଗାଡି ଅଟକାଇ ଲୁଟପାଟ କରୁଥିବା ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ, ଗତ ଏକ ମାସ ହେଲା ଅନେକ ବାଟୋଇ ଏହି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ଏହି ଅଭିଯୁକ୍ତମାନେ ଲୁଟପାଟ କରିବା ସହିତ ମାରଧର କରୁଥିବା ଅଭିଯୋଗ ହେଉଥିଲା । ଏହି କାର୍ଯ୍ୟରେ କିଏ କିଏ ସାମିଲ ଅଛନ୍ତି ପୋଲିସ ତାର ଅନୁସନ୍ଧାନ ଜାରି ରଖିଥିଲା ।