ସୁବର୍ଣ୍ଣପୁର: ସଦର ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରରେ ଚାଲିଥିବା ମାଗଣା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ତାଲିମ ଶିବିରରେ ଶିକ୍ଷାର୍ଥୀମାନେ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୁରତ୍ବ ରକ୍ଷା କରି ତାଲିମ ଗ୍ରହଣ କରୁଛନ୍ତି । ଏହି ତାଲିମ ଶିବିର ମାର୍ଚ୍ଚ 30 ତାରିଖରୁ ଆରମ୍ଭ କରାଯାଇଥିବା ବେଳେ ଏହି ଶିବିରରେ ଶିକ୍ଷାର୍ଥୀମାନଙ୍କୁ ଯୋଗ ଶିକ୍ଷା ବି ପ୍ରଦାନ କରାଯାଇଛି ।
ତେବେ ପ୍ରଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ପ୍ରଦାନ କରିବା ସହିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ କିପରି ରକ୍ଷା କରିବେ , ନିଜକୁ କିଭଳି ରକ୍ଷା କରିବା ସହିତ ଦୁର୍ଘଟଣା ହେଲେ ଆହତ ମାନଙ୍କୁ କିପରି ସେବା ଯୋଗାଇଦେବେ , ପୋଲିସ , ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଦୁର୍ଘଟଣାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମେ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।