ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ପୋଲିସ ରବିବାର ଗଞ୍ଜେଇ ଗାଡ଼ି ସହିତ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଏକ ଚାରି ଚକିଆ ଗାଡ଼ି ଖୁବ ଯୋରରେ ଉଲୁଣ୍ଡା ସହର ଦେଇ ସମ୍ବଲପୁର ଆଡକୁ ଯାଉଥିବା ବେଳେ ପୋଲିସ ଗାଡିଟିକୁ ଅଟକାଇଥିଲା । ଗାଡି ଯାଞ୍ଚ କରିବା ପରେ ତା ଭିତରୁ 32 କେଜି 500 ଗ୍ରାମର ଏକ ଗଞ୍ଜେଇ ବସ୍ତା ଜବତ ହୋଇଛି ।
ଚୋରା ଚାଲାଣ ବେଳେ 32 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ - 32 kg ganza seized in subarnapur
ଉଲୁଣ୍ଡା ସହର ଦେଇ ସମ୍ବଲପୁର ଆଡକୁ ଯାଉଥିବା ଏକ ଗଞ୍ଜେଇ ଗାଡିରୁ 32 କେଜି 500 ଗ୍ରାମର ଏକ ଗଞ୍ଜେଇ ବସ୍ତା ଜବତ ହୋଇଛି । ଅଧିକ ପଢନ୍ତୁ....
ବେପାରୀ ଗିରଫ
ଚୋରା ଚାଲଣ ବେଳେ 32 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ଗଞ୍ଜେଇ ବେପାରୀ ଜଣକ ମଧ୍ୟପ୍ରଦେଶ ପରାଉଆଁ ଗାଁର ବିପିନ ସିଂହ ବୋଲି ଜାଣି ପଡିଛି । ରବିବାର ଗିରଫ ଗଞ୍ଜେଇ ବ୍ୟବସାୟୀ ବିପିନକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି ପୋଲିସ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ