ଓଡିଶା

odisha

ETV Bharat / state

କୋର୍ଟ ଚାଲାଣ ହେଲେ 3 ମୋବାଇଲ ଲୁଟେରା - sunarnapur district news

ସୁବର୍ଣ୍ଣପୁରରେ ଗିରଫ ହେଲେ 3 ମୋବାଇଲ ଲୁଟେରା । କୋର୍ଟ ଫରଓ୍ବାର୍ଡ କରାଯାଇଥିବା ନେଇ ପୋଲିସର ସୂଚନା । ଅଧିକ ପଢନ୍ତୁ...

କୋର୍ଟ ଚାଲାଣ ହେଲେ 3 ମୋବାଇଲ ଲୁଟେରା
କୋର୍ଟ ଚାଲାଣ ହେଲେ 3 ମୋବାଇଲ ଲୁଟେରା

By

Published : Jun 16, 2021, 6:22 AM IST

ସୁବର୍ଣ୍ଣପୁର: ସଦର ଥାନା ପୋଲିସ ଆଜି 3 ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ସୋମବାର ରାତି ପ୍ରାୟ 8ଟା ସମୟରେ ସଦର ଥାନା ଅନ୍ତର୍ଗତ କୀର୍ତିପୁର ଛକଠାରେ ଜଣେ ଯୁବକଙ୍କ ପାଖରୁ ଏହି ଅଭିଯୁକ୍ତମାନେ ମୋବାଇଲ ଛଡେଇ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତମାନେ ହେଲେ ସୁମନ୍ତ ଭେସେରା, ସୁରେନ୍ଦ୍ର କଅଁର,ଓ କୈଳାଶ କୁମ୍ଭାର ବୋଲି ଜଣାପଡିଛି । 3 ଜଣଙ୍କ ନାମରେ ସଦର ଥାନାରେ 148/21ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

କୋର୍ଟ ଚାଲାଣ ହେଲେ 3 ମୋବାଇଲ ଲୁଟେରା

ଗାଁର ମନୋଜ ନାୟକ ନିଜ ସାଙ୍ଗମାନଙ୍କ ସହିତ ଶୌଚ ହେବା ପାଇଁ ଗାଁ ରାସ୍ତାରେ ଛିଡ଼ା ହୋଇ ଥିବାବେଳେ ତାଙ୍କ ଠାରୁ ମୋବାଇଲ ଲୁଟ କରି ଫେରାର ମାରିଥିଲେ 3 ଲୁଟେରା । ଫେରାର ହୋଇଥିବା 3 ଜଣ ଯୁବକଙ୍କ ଭିତରୁ 2 ଜଣକୁ ଗ୍ରାମବାସୀ କାବୁ କରି ପୋଲିସକୁ ହସ୍ଥାନ୍ତର କରିଥିଲେ। ଘଟଣା ସ୍ଥଳରୁ ଆଉଜଣେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିବାବେଳେ ଆଜି ପୋଲିସ ହାତରେ ଫେରାର ଅଭିଯୁକ୍ତ ଧରାପଡିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details