ଓଡିଶା

odisha

ETV Bharat / state

ଡକାୟତି ଉଦ୍ୟମ ବିଫଳ କରିବାରେ ପୋଲିସ ସଫଳ

ସୁବର୍ଣ୍ଣପୁର କଳାପଥର ଛକରେ 5 ଜଣ ଦୁର୍ବୃତ୍ତଙ୍କୁ ଡକାୟତି ଯୋଜନା ବେଳେ ଧରିଲା ପୋଲିସ । ଘଟଣାସ୍ଥଳରୁ 2 ଜଣ ଫେରାର ହୋଇଥିବା ବେଳେ ଅନ୍ୟ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

By

Published : Aug 28, 2019, 12:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଡକାୟତି ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହେଲା ସୁବର୍ଣ୍ଣପୁର ପୋଲିସ । ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ 5 ଜଣ ଦୁର୍ବୃତ୍ତଙ୍କୁ କଳାପଥର ଛକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ପଚରାଉଚୁରା କରିଥିଲା । ଶେଷରେ ସେମାନେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିପାରିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଉକ୍ତ ଦୁର୍ବୃତ୍ତଙ୍କୁ ପୋଲିସ ପଚାରାଉଚୁରା କରିବା ସମୟରେ ସେମାନେ ଦୌଡିବାକୁ ଲାଗିଲେ। ପୋଲିସ ଦୁର୍ବୁତ୍ତଙ୍କୁ ଗୋଡାଇ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ଭୂଜାଲି, ଗୋଟିଏ ଅଫୁଟା ଗୁଳି, ମୋବାଇଲ ଓ 2275 ଟଙ୍କା ଜବତ କରିଛି । ସେମାନେ ସହରର କୌଣସି ଏକ ସ୍ଥାନରୁ ଡକାୟତି କରିବା ପାଇଁ ଆସିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।

ଗିରଫ ଦୁର୍ବୃତ୍ତମାନେ ମଧ୍ୟପ୍ରଦେଶର ଜେବ୍ରା ଥାନା ଅଧିନସ୍ଥ ସିଂଗ୍ରାମପୁର ଗାଁର 20 ବର୍ଷିୟ ସଞ୍ଜୟ ବସୁର, 22 ବର୍ଷିୟ ସୁରଜ ବସୁର ଓ 25 ବର୍ଷିୟ ଛତୁ ଚମାର ବୋଲି ଜଣାପଡିଛି । ମଙ୍ଗଳବାର ପୁଣି ପଚାରାଉଚୁରା କରିବା ପରେ ପୋଲିସ ଦୁର୍ବୁତ୍ତମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details