ଓଡିଶା

odisha

ETV Bharat / state

ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଗାଁକୁ ଫେରିଲେ 21 ଶ୍ରମିକ - ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ

ଗଞ୍ଜାମର ବିଭିନ୍ନ ଗ୍ରାମରୁ ଆସି ସୁବର୍ଣ୍ଣପୁରରେ କାମ କରୁଥିବା 21 ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାଖା । ଅଧିକ ପଢନ୍ତୁ...

ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଗାଁକୁ ଫେରିଲେ 21 ଶ୍ରମିକ
ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଗାଁକୁ ଫେରିଲେ 21 ଶ୍ରମିକ

By

Published : Jul 3, 2020, 1:00 PM IST

Updated : Jul 3, 2020, 1:14 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ବଦାନ୍ୟତା । ଗଞ୍ଜାମର ବିଭିନ୍ନ ଗ୍ରାମରୁ ଆସି ସୁବର୍ଣ୍ଣପୁରରେ କାମ କରୁଥିବା 21 ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାଖା ।

ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଗାଁକୁ ଫେରିଲେ 21 ଶ୍ରମିକ

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ବଡ଼ଗାଁ ପଞ୍ଚାୟତର ବିଭିନ୍ନ ଗାଁରୁ 21 ଜଣ ଶ୍ରମିକ ଏକ ଠିକାଦାରଙ୍କ ମାଧ୍ୟମରେ ସୁବର୍ଣ୍ଣପୁର ସହରକୁ ନିର୍ମାଣ କାର୍ଯ୍ୟ କରିବାକୁ ଆସିଥିଲେ । ପ୍ରାୟ ଗୋଟିଏ ସପ୍ତାହ କାମ କରିବା ପରେ ଠିକାଦାର ତାଙ୍କୁ ମଜୁରୀ ଦେବା ପାଇଁ ଅମଙ୍ଗ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ । ଠିକାଦାର ରହିବା, ଖାଇବା ସହିତ କାମ ଯାଗାକୁ ଯିବା ଆସିବା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଗଞ୍ଜାମରୁ ସୁବର୍ଣ୍ଣପୁରକୁ ଆଣିଥିଲେ । ହେଲେ ଏଠାରେ ବହୁତ ଅବ୍ୟବସ୍ଥା ଭିତରେ ଶ୍ରମିକ ମାନଙ୍କୁ ରଖିଥିବା ଅଭିଯୋଗ କରିଥିଲେ । ଫଳରେ ମଜୁରୀ ଦେଇ ତାଙ୍କୁ ଘରକୁ ଫେରାଇ ନେବା ପାଇଁ ଶ୍ରମିକମାନେ ଠିକାଦାରଙ୍କୁ କହିଥିଲେ । ହେଲେ ଠିକାଦାର ଅମଙ୍ଗ ହେବାରୁ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ।

ତେବେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକମାନଙ୍କ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରମିକ ମାନଙ୍କୁ ଠିକାଦାର ପାଖରୁ ତାଙ୍କ ମଜୁରୀ ଦେବାକୁ ନିର୍ଦେଶ ଦେଇଥିଲେ। ଆହୁରିବି ଶ୍ରମିକ ମାନଙ୍କୁ ଏକ ଭଡା ଗାଡ଼ିରେ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Last Updated : Jul 3, 2020, 1:14 PM IST

ABOUT THE AUTHOR

...view details