ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକ ଗୁଜୁରାଟର ଅହମ୍ମଦାବାଦରୁ ଫେରିଥିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଗତ 17 ତାରିଖରେ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା।
ସୁବର୍ଣ୍ଣପୁରରେ କୋରୋନା ଆଭାସ, ପ୍ରଥମ ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ପ୍ରବାସୀ ଶ୍ରମିକ ଗୁଜୁରାଟର ଅହମ୍ମଦାବାଦରୁ ଫେରିଥିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଅଧିକ ପଢ଼ନ୍ତୁ...
ସୁବର୍ଣ୍ଣପୁରରେ କୋରୋନା ଆଭାସ, ପ୍ରଥମ ଆକ୍ରାନ୍ତ ଚିହ୍ନଟ
ସେଥିରୁ ସୋମବାର ଜଣେ ବ୍ୟକ୍ତିଙ୍କର କୋଭିଡ-19 ପଜିଟିଭ ରିପୋର୍ଟ ଆସିଥିବା ନେଇ ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସଂକ୍ରମିତ ବ୍ୟକ୍ତି ଜିଲ୍ଲାର ଗଜବନ୍ଦ ଗାଁର ବୋଲି ଜଣାପଡିଛି । ସେପଟେ ରିପୋର୍ଟ ଜଣାପଡିବା ପରେ ଗଜବନ୍ଦ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ