ସୁବର୍ଣ୍ଣପୁର: ସାବଧାନ! ସକ୍ରିୟ ହୋଇଉଠିଛନ୍ତି ସାଇବର ଠକ । ଚାହୁଁ ଚାହୁଁ ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା । ଆଉ ଏହି ଠକ ମାନଙ୍କ ନଜର ପଡିଛି ମହିଳା ଆକାଉଣ୍ଟଧାରୀଙ୍କ ଉପରେ । ଗତକାଲି(ବୁଧବାର) ରାଜଧାନୀ ଆଉ ଆଜି ସୁବର୍ଣ୍ଣପୁରରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ଲୁଟି ନେଇଛନ୍ତି ଲକ୍ଷେ ଟଙ୍କା ।
ଠକି ନେଲେ ସାଇବର ଠକ, ମହିଳାଙ୍କ ଖାତାରୁ ଲକ୍ଷେ ଟଙ୍କା ଗାଏବ - 1lakh rupees will disappear from the woman's account
ସୁବର୍ଣ୍ଣପୁର ସହରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ଖାତା ଖୋଲିଥିବା ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ 1 ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ନୁର୍ପା ଗାଁର ସଂଯୁକ୍ତା ପଟ୍ଟନାଏକଙ୍କ ଖାତାରୁ ବିଭିନ୍ନ ସମୟରେ 1 ଲକ୍ଷ ଟଙ୍କା ସାଇବର ଅପରାଧୀମାନେ ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସଂଯୁକ୍ତା ସଦର ଥାନା ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି । ବୁଧବାର ସଂଯୁକ୍ତା ଏଟିଏମରୁ 3 ହଜାର ଟଙ୍କା କାଢିଥିଲେ । ଏହାପରେ ମିନି ଷ୍ଟେଟମେଣ୍ଟ କାଢ଼ିବା ପରେ ତାଙ୍କ ଏକାଉଣ୍ଟରୁ ଲକ୍ଷେ ଟଙ୍କା କେହି ଉଠାଇ ନେଇଥିବା ଜାଣିପାରିଥିଲେ । ଠକ ଜଣକ ଦଶ ଥର 10 ହଜାର ଟଙ୍କା ଲେଖାଏଁ ଆକାଉଣ୍ଟରୁ ନେଇ ଯାଇଥିବା ଜଣାପଡିଛି । ସୋନପୁର ପୋଲିସ ଏକ ସାଇବର ଠକେଇ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ ଷ୍ଟେଟ ବ୍ୟାଙ୍କ ମଧ୍ୟ ତାର ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ