ଓଡିଶା

odisha

ETV Bharat / state

ନିର୍ମାଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର 16 ଜଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ ହୋଇଛି । ତାଲିକାରେ ହିତାଧିକାରୀଙ୍କ ନାମ ଥିବା ସତ୍ତ୍ବେ ମଧ୍ୟ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ମାଣ ଶ୍ରମିକଙ୍କୁ ଘର ତିଆରି କାର୍ଯ୍ୟାଦେଶ ଦେଉ ନ ଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଶ୍ରମିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 7, 2019, 6:22 PM IST

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ବ୍ଲକର ନିର୍ମାଣ ଶ୍ରମିକଙ୍କୁ ଘର ମିଳୁ ନଥିବା ଅଭିଯୋଗ ହୋଇଛି । ଆଜି 16 ଜଣ ହିତାଧିକାରୀ ବୀରେନ୍ଦ୍ର ସୁନାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଗୁହାରୀ କରିଛନ୍ତି । ତାଲିକାରେ ହିତାଧିକାରୀ ଭାବେ ସେମାନଙ୍କ ନାମ ଥିବା ସତ୍ତ୍ବେ ମଧ୍ୟ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘର ତିଆରି କାର୍ଯ୍ୟାଦେଶ ଦେଉ ନ ଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


ଜିଲ୍ଲାରେ ତରଭା ବ୍ଲକ ପାଇଁ ପ୍ରଥମ ପର୍ଯ୍ୟାୟରେ 16 ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ତାଲିକାଭୂକ୍ତ କରାଯାଇଛି । ପ୍ରତି ହିତାଧିକାରୀଙ୍କ ପାଇଁ ଏକ ଲକ୍ଷ ତିରିଶ ହଜାର ଟଙ୍କା ମଧ୍ୟ ବ୍ୟୟବରାଦ କରାଯାଇଛି । ହେଲେ ଜିଲ୍ଲା ଶ୍ରମ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ସେପଟେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଭୟ ବିଭାଗକୁ ତାଗିଦ କରିବା ସହିତ ତୁରନ୍ତ ଶ୍ରମିକଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ 7 ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details