ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ଓ ସଦର ପୌର ପରିଷଦ ପକ୍ଷରୁ 150ତମ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପ୍ରଭାତ ଫେରି, ରାମଧୁନ, ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ ଓ ବୃକ୍ଷ ରୋପଣ ଆଦି ଆୟୋଜନ କରାଯାଇଛି। ଏହି ଅବସରରେ ସହରର ରାମେଶ୍ବର ନିକଟବର୍ତୀ ଷ୍ଟାଡିୟମ ପରିସରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତି ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର କିଛି ସମୟ ସମାଜ ଗଠନରେ ଉତ୍ସର୍ଗ କରିବାକୁ କହିଥିଲେ।