ଓଡିଶା

odisha

ETV Bharat / state

Sambalpur Violence: ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ରାସ୍ତାରେ ଅଟକି ରହିଛି ଯାନ - ସମ୍ବଲପୁରରେ ହନୁମାନ ଜୟନ୍ତୀ

ସମ୍ବଲପୁରର ହିଂସା ଘଟଣାରେ ଆଜି ସୁବର୍ଣ୍ଣପୁରରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅଧିକ ପଢନ୍ତୁ

12 hours subarnapur bandh
12 hours subarnapur bandh

By

Published : Apr 19, 2023, 10:03 AM IST

12 hours subarnapur bandh

ସୁବର୍ଣ୍ଣପୁର:ସମ୍ବଲପୁରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି କ୍ରମରେ ସୁବର୍ଣ୍ଣପୁରରେ ଶାନ୍ତିର ସହ ବନ୍ଦ ପାଳନ କରାଯାଉଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି ।

ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ସମସ୍ତ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ହିନ୍ଦୁ ଶ୍ରଦ୍ଧାଳୁମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା । ଗତ ମାର୍ଚ୍ଚ ୧୨ ତାରିଖ ଓ ମାର୍ଚ୍ଚ ୧୪ ତାରିଖରେ ସମ୍ବଲପୁର ସହରରେ ହନୁମାନ ଜନ୍ମୋତ୍ସବ ଅବସରରେ ଆୟୋଜିତ ଶୋଭାଯାତ୍ରାରେ ଅନ୍ୟ ସଂପ୍ରଦାୟର ଲୋକେ ପଥରମାଡ ଓ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣ ଘଟଣାରେ ଜଣେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ନିଧନ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଆକ୍ରମଣ ଘଟଣାର ପ୍ରତିବାଦରେ ଆଜି ସାରା ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Sambalpur Violence: ଆଜି ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା, ସମର୍ଥନ କଲା ବିଜେପି

ଆଜି ସକାଳୁ ସକାଳୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସ୍କୁଲ କଲେଜ ଆଗରେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ସେହିପରି ସହରର ପ୍ରବେଶ ପଥ ଗୁଡିକରେ ରାସ୍ତା ଅବରୋଧ କରିଛନ୍ତି । ଶହ ଶହ କାର୍ଯ୍ୟକର୍ତ୍ତା ମୋଟର ସାଇକେଲ ଯୋଗେ ସହର ସାରା ବୁଲି ବୁଲି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ଆଦି ବନ୍ଦ କରି ଦେଇଛନ୍ତି । ବନ୍ଦ ଫଳରେ ଗାଡି ମୋଟର ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖାଦେଇଛି ।

ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କିଛି ସ୍ଥାନ ଗୁଡିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ସଦର ମହକୁମା ସହିତ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରୁପାଲି ଓ ତରଭା ଆଜି ସହରରେ ବି ବନ୍ଦ ପାଳନ କରାଯାଇଥିବା ଖବର ମିଳିଛି । ସକାଳୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details